ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ର ଆମ୍ବୁଲାନ୍ସ ଲୋକାର୍ପିତ

ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ର ଆମ୍ବୁଲାନ୍ସ ଲୋକାର୍ପିତ

ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ର ଆମ୍ବୁଲାନ୍ସ ଲୋକାର୍ପିତ
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ) : ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘର ବାର୍ଷିକ ସାଧାରଣ ସଭା ଓ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଗାଡି ବୁଧବାର ପୂର୍ବାହ୍ନରେ ଦୋଛକିସ୍ଥିତ ସଂଘର ନୂତନ କାର୍ଯ୍ୟାଳୟ ପରିସରରେ ଲୋକାର୍ପିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁଚରଣ ଧୀର ମୁଖ୍ୟ ଅତିଥି ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଘର ଆମ୍ବୁଲାନ୍ସକୁ ସର୍ବସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଥିଲେ । ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆମ୍ବୁଲାନ୍ସ ଲୋକାର୍ପଣ ସଭାରେ ମୁଖ୍ୟ ଅତିଥି ଡ.ଧୀର ଏହିଭଳି ସେବା ମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ଏହି ଆମ୍ବୁଲାନ୍ସ ଟୋଲ୍ ଫି୍ର ନମ୍ବରକୁ କୁଜଙ୍ଗ ପାରାଦ୍ୱୀପ ଅଞ୍ଚଳରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ପରାମର୍ଶ ଦେଇଥିଲେ । ଏହି ଆମ୍ବୁଲାନ୍ସ ସେବା ପାଇଁ ପାରାଦ୍ୱୀପରୁ କଟକ ୮ଶହ ଟଙ୍କା ଏବଂ ପାରାଦ୍ୱୀପରୁ ଭୁବନେଶ୍ୱର କୁ ୧ହଜାର ଟଙ୍କାରେ ନେଇ ପାରିବ ବୋଲି ସଂଘ ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ଠାରୁ ପ୍ରକାଶ । ଏହି ଲୋକାର୍ପଣ ଉସôବ ପରେ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଅନାଦି ଚରଣ ସ୍ୱାଇଁ, ଉପାଧ୍ୟକ୍ଷ ଗୋପକୃଷ୍ଣ ପରିଜା, ସଂପାଦକ ରଞ୍ଜିତ କୁମାର ବେହେରା, ବିଭ୍ରାଂଶୁ ଶେଖର ଲେଙ୍କା, ମାନସ ରାଉତ, ରାମକୃଷ୍ଣ ପରିଜା, କୋଷାଧ୍ୟକ୍ଷ ସଞ୍ଜୀବ ରାଉତ, ସୁଶାନ୍ତ କୁମାର ସ୍ୱାଇଁ, ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବିଶ୍ୱକର୍ମା ପୂଜାରେ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘର ମେଢ, ମୂର୍ତ୍ତୀ ଓ ଆଲୋକ ସାଜସଜ୍ଜା କରିଥିବା ରାହାମାସ୍ଥ ପପି ଡେକୋରେଟର ମାଲିକ ଶିଶିର କୁମାର ଦାସ, ମୂର୍ତ୍ତୀକାର ତପନ କୁମାର ରଣା ଓ ଆଲୋକ ସଜ୍ଜାରେ ପ୍ରଭାଂଶୁ ଗିରିଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି ।