ବିଶ୍ୱକପ ବେଟିଂ ବେଳେ ରେଡ୍ :୩୧ ଲକ୍ଷ ଟଙ୍କା ଜବତ

ବିଶ୍ୱକପ ବେଟିଂ ବେଳେ ରେଡ୍ :୩୧ ଲକ୍ଷ ଟଙ୍କା ଜବତ

ବିଶ୍ୱକପ ବେଟିଂ ବେଳେ ରେଡ୍ :୩୧ ଲକ୍ଷ  ଟଙ୍କା ଜବତ
ରାଉରକେଲା : ରାଉରକେଲା ସହରରେ ବିଶ୍ଵକପ କ୍ରିକେଟ ମ୍ୟାଚକୁ ନେଇ ବେଟିଂ ଚାଲିଛି । ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି । ଗତ କାଲି ସହରର ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ବେଟିଂ ଚାଲିଥିବାବେଳେ ପୁଲିସ ସେଠାରେ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଛି। ଘଟଣାସ୍ଥଳରୁ ପୁଲିସ ୩୧ ଲକ୍ଷ ଟଙ୍କା ଏବଂ ୧୫ଟି ମୋବାଇଲ ଫୋନ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଏହା ଖାଲି ରାଉରକେଲା ନୁହେଁ ରାଜନାଧୀ ଭୁବନେଶ୍ବରରେ ମ‌ଧ୍ୟ ବିଶ୍ଵକପ ମ୍ୟାଚକୁ ନେଇ ବେଟିଂ ଚାଲିଛି। ସବୁ ଜାଣିବି ପୁଲିସ ଚୁପ୍‌ ରହିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କ୍ରିକେଟ ବେଟିଂ ନୂଆ ଘଟଣା ନୁହେଁ। ପୂର୍ବରୁ ଜୟପୁର ଏବଂ ବ୍ରହ୍ମପୁରରେ କ୍ରିକେଟ ବେଟିଂ ଚାଲିଥିବା ନଜିର ରହିଛି। ଏହି ସଟ୍ଟା ବଜାରରେ କୋଟି କୋଟି ଟଙ୍କା ବାଜିରେ ଲାଗୁଛି। ଏହା ଏକ ଅପରାଧ ହୋଇଥିଲେ ବି ପୁଲିସ ଏଥିରେ ରୋକ ଲଗାଇବାରେ ଅସଫଳ ହୋଇଛି।