ଘାଇକୁ ବସ୍ ଖସି ୬ ମୃତ ଓ ୩୯ ଆହତ

ଘାଇକୁ ବସ୍ ଖସି ୬ ମୃତ ଓ ୩୯ ଆହତ

ଘାଇକୁ ବସ୍ ଖସି ୬ ମୃତ ଓ ୩୯ ଆହତ
ରାଞ୍ଚି : ଝାରଖଣ୍ଡର ଗଢ଼ୱାରେ ଆଜି ସକାଳେ ଏକ ବଡ଼ ସଡକ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍‌ଟି ଗଭୀର ଘାଇକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର ଜାରି ରଖିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।