ରାଜ୍ୟପାଳଙ୍କ ଅଭିଭାଷଣ

ରାଜ୍ୟପାଳଙ୍କ ଅଭିଭାଷଣ

ରାଜ୍ୟପାଳଙ୍କ ଅଭିଭାଷଣ
ଭୁବନେଶ୍ୱର: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିଛନ୍ତି । ପ୍ରାରମ୍ଭରୁ ବିଜୟ ନେଇ ଅଭିନନ୍ଦନ ଜଣାଇବା ସହ ଦିବଙ୍ଗତ ସାଂସଦ ଓ ବିଧାୟକଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ । ସହିଦ ଯବାନମାନଙ୍କ ପାଇଁ ମଧ୍ୟ ଶୋକ ପ୍ରକାଶ ପରିଥିଲେ । ବାତ୍ୟା ଫୋନିର ସଠିକ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିଥିଲେ । ରାଜ୍ୟପାଳ କହିଥିଲେ, ମୋ ସରକାରକୁ ଲଗାତର ପଂଚମ ଥର ପାଇଁ ସଫଳତା ମିଳିଛି । ଲୋକଙ୍କ ବିଶ୍ୱାସ ଓ ଭରସା ବଜାୟ ରଖିବାକୁ ଆମେ ସଂକଳ୍ପବଦ୍ଧ । କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରାଯାଇଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଠିକ୍ ଭାବେ ମିଳୁଛି । ଛାତ୍ରଛାତ୍ରୀଙ୍କୁ ବିନା ସୁଧରେ ଶିକ୍ଷୠଣ ଯୋଗାଇ ଦିଆଯାଇଛି । ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଭତା ରାଶି ବୃଦ୍ଧି କରାଯାଇଛି । ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର ଟଙ୍କାର କାମ ଦିଆଯିବ । ଗମନାଗମନ, ପାନୀୟ ଜଳ, ବିଦ୍ୟୁତ ଯୋଗାଣକୁ ଅଗ୍ରାଧିକାର ଦିଆଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି। ହାଇସ୍କୁଲରେ ଆଇଟି ଲ୍ୟାବ୍‌ ପ୍ରତିଷ୍ଠା ହେବ। ସମସ୍ତ ବୈଷୟିକ ଶିକ୍ଷାକୁଷ୍ଠାନକୁ ୱାଇଫାଇ କରାଯିବ। ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ଭୁବନେଶ୍ଵରରେ ବିଶ୍ଵସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକଶିତ ହୋଇଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଥିଲେ।