ସାପ ଧରିଲେ ମିଳିବ ଟଙ୍କା

ସାପ ଧରିଲେ ମିଳିବ ଟଙ୍କା

ସାପ ଧରିଲେ ମିଳିବ ଟଙ୍କା
ଭୁବନେଶ୍ୱର: ଏଣିକି ସାପ ଧରିଲେ ମିଳିବ ଟଙ୍କା । ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ନୂଆ ଯୋଜନା କରିବାକୁ ଯାଉଛନ୍ତି । ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଗୋଟିଏ ସାପ ଧରିଲେ ଧରୁଥିବା ଲୋକଙ୍କୁ ୧୦୦ ଟଙ୍କା ମିଳିବ । ଏନେଇ ସାପ ଧରୁଥିବା ଲୋକଙ୍କୁ ବନ ବିଭାଗ ପକ୍ଷରୁ ପଞ୍ଜିକରଣ କରାଯିବ । ବର୍ତ୍ତମାନ ସୁଦ୍ଧା ୫୦ରୁ ଉଦ୍ଧ୍ୱର୍ ଲୋକ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି । ଏ ସମ୍ପର୍କରେ ଗତକାଲି ଅବସର ନେଇଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଅଜୟ ମହାପାତ୍ର ସୂଚନା ଦେଇଛନ୍ତି ।