୫ଟି ରାଜ୍ୟରେ ନୂଆ ରାଜ୍ୟପାଳ

୫ଟି ରାଜ୍ୟରେ ନୂଆ ରାଜ୍ୟପାଳ

୫ଟି ରାଜ୍ୟରେ ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୫ଟି ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ତଦନୁଯାୟୀ କଲରାଜ ମିଶ୍ରଙ୍କୁ ରାଜସ୍ଥାନର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି । ସେ ପୂର୍ବରୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ । ସେହିପରି ମହାରାଷ୍ଟ୍ରର ରାଜ୍ୟପାଳଭାବେ ଭଗତ ସିଂହ କୋଷ୍ୟାଭିଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି । ଏହାଛଡ଼ା କେରଳ ରାଜ୍ୟପାଳ ଭାବେ ଆରିଫ ମହମ୍ମଦ ଖାନଙ୍କୁ ନିଯୁକ୍ତ କରାଯାଇଥିବାବେଳେ ତେଲେଙ୍ଗାନା ରାଜ୍ୟପାଳଭାବେ ତାମିଲିସାଇ ସୌନ୍ଦ୍ରରାଜନଙ୍କୁ ନିଯୁକ୍ତ କାଯାଇଛି ।