ମନ୍ତ୍ରୀ ମଣ୍ଡଳରେ ସାମିଲ ନହେବାକୁ ମୋଦିଙ୍କୁ ଚିଠି

ମନ୍ତ୍ରୀ ମଣ୍ଡଳରେ ସାମିଲ ନହେବାକୁ ମୋଦିଙ୍କୁ ଚିଠି

ମନ୍ତ୍ରୀ ମଣ୍ଡଳରେ ସାମିଲ ନହେବାକୁ ମୋଦିଙ୍କୁ ଚିଠି
ନୂଆଦିଲ୍ଲୀ: ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ସବୁ ରାଜେନେତାଙ୍କ ଇଚ୍ଛା ଥାଏ । ଏଥିପାଇଁ କରିଥାନ୍ତି ଲବି । ତେବେ ଜଣେ ରାଜନେତା ମନ୍ତ୍ରୀମଣ୍ଡଳରେ ସାମିଲ ନହେବା ପାଇଁ ଚିଠି ମାଧ୍ୟରେ ଅନିଚ୍ଛା ପ୍ରକାଶ କରିବା ସହ ମନା କରିବା ଭଳି ଘଟଣା ଘଟିଛି । ସେ ପୁଣି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ । ଆପଣମାନେ ଭାବୁଥିବେ ଏମିତି କିଏ ନେତା ଅଛନ୍ତି । ହଁ ଆଜ୍ଞା ଅଛନ୍ତି । ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଅରୁଣ ଜେଟଲୀ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । କିଛି ଦିନ ପାଇଁ ତାଙ୍କୁ କୌଣସି ଦାୟିତ୍ୱ ନଦେବାକୁ ଜେଟଲୀ ଚିଠି ମାଧ୍ୟମରେ ମୋଦିଙ୍କୁ ଅନୁରୋଧ କରିଛନ୍ତି ।