୧୮ ରୁ ସଂସଦର ଶୀତ ଅଧିବେଶନ
୧୮ ରୁ ସଂସଦର ଶୀତ ଅଧିବେଶନ
admin
Oct 22, 2019 - 09:46
Updated: Oct 22, 2019 - 09:46
ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟପାର ମନ୍ତ୍ରାଳୟ ସୋମବାର ଏହି ତାରିଖ ସମ୍ବନ୍ଧରେ ଲୋକସଭା ଓ ରାଜ୍ୟସଭାକୁ ସୂଚନା ପ୍ରଦାନ କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷର ଅଧିବେଶସନ ସ୍ୱଳ୍ପ ଅବଧି ବିଶିଷ୍ଟ ହେବ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲାଗି ସଂସଦରେ ୨୦ ଦିବସୀୟ ଏହି ଅଧିବେଶନ ବସିବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ କଶ୍ମୀର ଦୁଇଟିକୁ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଥିବାରୁ ସ୍ୱଳ୍ପକାଳୀନ ଏହି ଅଧିବେଶନଟି ଖୁବ୍ ଉଷ୍ମ ଓ ଘଟଣା ବହୁଳ ହେବାର ସମ୍ଭାବନା ରହିଛି । ଅନ୍ୟପଟେ କେନ୍ଦ୍ର ସରକାର ଏହି ଅଧିବେଶନରେ ବହୁ ପ୍ରମୁଖ ବିଧେୟକ ଅୟାଣିବେ । ଏଥିସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯିବ । ପ୍ରଥମଟି ଅଥନୈତିକ ଅଭିବୃଦ୍ଧିରେ କାର୍ଯ୍ୟକାରୀ ନୂତନ ଏବଂ ଘରୋଇ ଉପôାଦନକାରୀ କମ୍ପାନୀ ଗୁଡ଼ିକ ନିମନ୍ତେ କର୍ପୋରେଟ ଶୁଳ୍କ ହ୍ରାସ ସମ୍ବନ୍ଧୀୟ ଅଧ୍ୟାଦେଶ । ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ ସେପ୍ଟେମ୍ବରରେ ସରକାର ଆୟକର ଆଇନ-୧୯୬୧ ଏବଂ ଫାଇନାନ୍ସ ଆକ୍ଟ ୨୦୧୯ ରେ ସଂଶୋଧନ ପୂର୍ବକ ଏହି ଅଧ୍ୟାଦେଶ ଜାରି କରିଥିଲେ । ଦ୍ୱିତୀୟଟି ଇ-ସିଗାରେଟ ଓ ଅନୁରୂପ ସାମଗ୍ରୀ ବିକି୍ର, ଉପôାଦନ ଓ ସଂରକ୍ଷଣ ସମ୍ବନ୍ଧୀୟ ଅଧ୍ୟାଦେଶ ଯାହାକି ସେପ୍ଟେମ୍ବରରେ ଅଣାଯାଇଥିଲା । ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏହି ସାମଗ୍ରୀ ଗୁଡ଼ିକ ଦୀର୍ଘକାଳୀନ ପ୍ରଭାବ ସ୍ୱରୂପ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ସରକାର ଏହା ଉପରେ କଟକଣା ଲାଗୁ ଉଦେ୍ଧଶ୍ୟରେ ଉକ୍ତ ଅଧ୍ୟାଦେଶ ଆଣିଥିଲେ । ଗତ ୬ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ଭଲ ସମର୍ଥନ ରହିଛି । ଏଣୁ ବିଧେୟକଗୁଡ଼ିକ ସଂସଦରେ ଗୃହୀତ କରିବାରେ ବିଶେଷ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ନାହିଁ । ସଂସଦୀୟ ବ୍ୟପାର କ୍ୟାବିନେଟ୍ କମିଟି (ସିସିପିଏ ବୈଠକରେ ଅଧିବେଶନ ନିମନ୍ତେ ଉପରୋକ୍ତ ତାରିଖ ଧାର୍ଯ୍ୟ କରିଛନ୍ତି । ଗତ ଦୁଇ ବର୍ଷ ହେବ ଶୀତକାଳୀନ ଅଧିବେଶନ ନଭେମ୍ବର ୨୧ ରୁ ଆରମ୍ଭ ହୋଇ ଜାନୁଆରୀ ପ୍ରଥମ ସପ୍ତାହରେ ଶେଷ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଏନଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ପରେ ଅନୁଷ୍ଠିତ ପ୍ରଥମ ମୌସୁମୀ ଅଧିବେଶନରେ ରେକର୍ଡ ସଂଖ୍ୟକ ବିଧେୟକ ପାରିତ ହୋଇଥିବାରୁ ତାହା ସବୁଠାରୁ ଫଳପ୍ରସୂ ଅଧିବେଶନ ଭାବେ ରେକର୍ଡ ସୃଷ୍ଟି କରିଥିଲା ।