ଆଳୁ ମିଶନ ପାଇଁ ୧ କୋଟି
ଆଳୁ ମିଶନ ପାଇଁ ୧ କୋଟି
admin
Oct 22, 2019 - 09:45
Updated: Oct 22, 2019 - 09:45
ଭୁବନେଶ୍ୱର : ରାଜ୍ୟ ଯୋଜନା ଅଧୀନରେ ରାଜ୍ୟ ଆଳୁ ମିଶନ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି । ଏହି ପରିମାଣର ଅର୍ଥ ଶୀତଳଭଣ୍ଡାରକୁ ବିଦୁ୍ୟତ ଶୁଳ୍କରେ ରିଆତି ବାବଦରେ ସହାୟତା ଆକାରରେ ପ୍ରଦାନ କରାଯିବ । ରାଜ୍ୟରେ ଥିବା ୨୧ଟି ଶୀତଳଭଣ୍ଡାରକୁ ବିଦୁ୍ୟତ ରିଆତି ବାବଦରେ ଏହା ଖର୍ଚ୍ଚ ହେବ ।
ସୂଚନା ଯୋଗ୍ୟ ଯେ ଚାହିଦା ଅନୁସାରେ ଆଳୁ ଉପôାଦନ କମୁଥିବାରୁ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହେଉଛି । ବର୍ଷେ କି ଦୁଇ ବର୍ଷ ବାରମ୍ବାର ଆଳୁ ସଙ୍କଟ ଦେଖାଦେବା ଫଳରେ ରାଜ୍ୟ ସରକାର ଏକ ଆଳୁ ମିଶନ ଗଠନ କରିଥିଲେ । ମିଶନ ଗଠନର ଉଦେ୍ଧଶ୍ୟ ଥିଲା ଆଳୁ ଚାଷ ଅଞ୍ଚଳ ଏବଂ ଉପôାଦନ ବୃଦ୍ଧି, ଆଳୁ ବିହନ ଉପôାଦନ ବଢ଼ାଇବା ଏବଂ ଆଳୁ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା । ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ବିଦୁ୍ୟତ ଶୁଳ୍କରେ ରିଆତି ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସରକାର ଯେଉଁ ଲକ୍ଷ୍ୟ ନେଇ ଏ ବ୍ୟବସ୍ଥା କରିଥିଲେ ବିଭିନ୍ନ କାରଣରୁ ଏ ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନି । ତେବେ ଶୀତଳ ଭଣ୍ଡାର ଗୁଡ଼ିକୁ ବିଦୁ୍ୟତ ରିଆତି ବ୍ୟବସ୍ଥା ଅବ୍ୟାହତ ରହିଛି । ଆସନ୍ତା ତିନି ବର୍ଷ ପାଇଁ ଏହି ରିଆତି ପ୍ରଦାନ କରାଯିବ ବୋଲି ଉଦ୍ୟାନ କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି ।