ବିଗ ବଜାରକୁ କିଣିବେ ମୁକେଶ

ବିଗ ବଜାରକୁ କିଣିବେ ମୁକେଶ

ମୁମ୍ବାଇ : ବିଶ୍ୱର ପ୍ରଞ୍ଚମ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟି୍ରଜ କିଶୋର ବିୟାନିଙ୍କ ଖୁଚୁରା ବ୍ୟବସାୟକୁ କିଣିବ । ଫୁ୍ୟଚର ଗ୍ରୁପ ଅଧୀନରେ ଥିବା ଖୁଚୁରା ଷ୍ଟୋର ଯଥା ବିଗ ବଜାର, ବ୍ରାଣ୍ଡ ଫ୍ୟାକ୍ଟି୍ର ଓ ଫୁଡ ହଲ ଆଦିକୁ ପ୍ରାୟ ୨୭ ହଜାର କୋଟି ଟଙ୍କାରେ କିଣିବାକୁ ମୁକେଶ ପ୍ରସ୍ତୁତ ହୋଇଛନ୍ତି । ଏ ନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି । କିଶୋରଙ୍କୁ ଆଧୁନିକ ଭାରତରେ ରିଟେଲ ବ୍ୟବସାୟର ସମ୍ରାଟ ଭାବେ ବିଚାର କରାଯାଉଥିଲା । ମାତ୍ର କମ୍ପାନୀ ପରିଚାଳନା ପାଇଁ ବିପୁଳ ପରିମାଣର ଋଣ ଦେବା ଓ ତାହାକୁ ଠିକ୍ ସମୟରେ ପରିଶୋଧ କରିନପାରିବାରୁ ଏବେ ସେ ନିଜର ବହୁମୂଲ୍ୟ ଖୁଚୁରା ବ୍ୟବସାୟ ବିକି୍ର କରିବାକୁ ବାଧ୍ୟ ହେଉଛନ୍ତି । ଫୁ୍ୟଚର ଗ୍ରୁପ ମୁଣ୍ଡରେ ୧୨,୭୭୦ କୋଟି ଟଙ୍କାର ଋଣ ରହିଛି । ସେହି ବୋଝ ହାଲୁକା କରିବା ଲାଗି ସେ କମ୍ପାନୀ ବିକି୍ର କରିବାକୁ ଯାଉଛନ୍ତି । କିଶୋରଙ୍କ ପାଇଁ ପାଣ୍ଠି ଯୋଗାଡ କରିବା ବହୁ ଜରୁରୀ ହୋଇପଡ଼ିଥିବା ବେଳେ ନିକଟରେ ମୁକେଶଙ୍କ ପାଖରେ ଦେଖ ଲକ୍ଷ କୋଟି ଟଙ୍କାର ପାଣ୍ଠି ପହଞ୍ଚିଛି । ଯେହେତୁ ଖୁଚୁରା ବଜାରରେ ମୁକେଶଙ୍କ ୧୨ ହଜାରରୁ ଅଧିକ ଷ୍ଟୋର ରହିଛି, ତେଣୁ ବିଗ ବଜାର ଭଳି ସଂସ୍ଥା କିଣିବା ପାଇଁ ତାଙ୍କ ବ୍ୟବସାୟ ସମ୍ପ୍ରସାରଣ କରିବା ସଦୃଶ ହେବ । ଗ୍ରାହକଙ୍କ ମଧ୍ୟରେ ବିଗ ବଜାର ମଧ୍ୟ ବେଶ ପରିଚିତ ।