ବରଗଡ଼ରେ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ
ବରଗଡ଼ରେ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ
admin
Jul 29, 2020 - 13:46
Updated: Jul 29, 2020 - 13:46
ଭୁବନେଶ୍ୱର: ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା ଫଳ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬% ହୋଇଛି । ତେବେ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ ୮୯.୩୭% ହୋଇଥିବାବେଳେ ନୂଆପଡ଼ା ଜିଲ୍ଲାରେ ସର୍ବନିମ୍ନ ପାସ ୬୦.୧୮% ବୋଲି ଜଣାଯାଇଛି ।
ପ୍ରକାଶ ଯେ, ଚଳିତ ବର୍ଷ ମୋଟ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ ଜଣ କୃତକାର୍ୟ୍ୟ ହୋଇଛନ୍ତି । ପାସ ହାରରେ ଚଳିତ ବର୍ଷ ମଧ୍ୟ ପୁଅଙ୍କୁ ଝିଅମାନେ ପଛରେ ପକାଇଛନ୍ତି । ଝିଅଙ୍କ ପାସ ହାର ୮୧.୯୮% ହୋଇଥିବାବେଳେ ପୁଅଙ୍କ ପାସ ହାର ୭୭.୮% ବୋଲି ଜଣାଯାଇଛି । ଏ୧-ରେ ୧୨୭୯ ଜଣ ପାସ ହୋଇଥିବାବେଳେ ଏ୨-୮୪୫୮, ବି୧-୧୮୧୮୮, ବି୨-୩୧୩୨୮, ସି-୪୯୧୫୩, ଡି-୮୯୫୫୬, ଇରେ -୨୨୩୧୯୫ ଜଣ ପାସ କରିଛନ୍ତି । ୬୭୮ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଅନ୍ୟପକ୍ଷରେ ୩୧ଟି ସ୍କୁଲରେ କେହି ପାସ କରିନଥିବା ସେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଷ୍ଟେଟ ଅପନ ସ୍କୁଲ ପରୀକ୍ଷାରେ ପାସ ହାର ୪୦.୧୮% ହୋଇଛି । ଷ୍ଟେଟ ଅପନ ସ୍କୁଲ ପରୀକ୍ଷାରେ ୯୧୨୬ ଜଣଙ୍କ ମଧ୍ୟରୁ ୩୬୫୩ ଜଣ ପାସ କରିଛନ୍ତି । ମଧ୍ୟମା(ସଂସ୍କୃତ)ରେ ପାସ ହାର ୯୭.୧୮% ହୋଇଛି । ମଧ୍ୟମାରେ ୪୨୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୧୩୫ ଜଣ କୃତକାର୍ୟ୍ୟ ହୋଇଛନ୍ତି ।