ଅନଲାଇନରେ ଆବେଦନ, ଅନୁମୋଦନ
ଅନଲାଇନରେ ଆବେଦନ, ଅନୁମୋଦନ
admin
Sep 1, 2019 - 06:53
Updated: Sep 1, 2019 - 06:53
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟତର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ଜନହିତକର ଯୋଜନା ହାତକୁ ନିଆଯାଇଥିବା ବେଳେ ଖୁବ ଶୀଘ୍ର ଇ-ହସ୍ପିଟାଲ ବ୍ୟବସ୍ଥା ପ୍ରଚଳନ କରାଯିବ । ଏହା ଦ୍ୱାରା ରାଜ୍ୟରେ ଥିବା ଘରୋଇ ହସ୍ପିଟାଲକୁ ଗୋଟିଏ ଛାତ ତଳକୁ ଅଣାଯାଇ ନିୟନ୍ତ୍ରଣ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟରେ ଘରୋଇ କ୍ଲିନିକ ଓ ହସ୍ପିଟାଲ ବେପରୁଆ ଭାବେ ଗଢ଼ି ଉଠିଥିବା ସରକାରଙ୍କ ନିକଟକୁ ଅଭିଯୋଗ ଆସୁଛି । କେତେକ କ୍ଲିନିକରେ କନ୍ୟା ଭ୍ରୁଣ ହତ୍ୟା କରାଯାଉଥିବା ନେଇ ଅଭିଯୋଗ ଆସୁଛି । ଆଗାମୀ ଦିନରେ ତଦନ୍ତ ପ୍ରକି୍ରୟାକୁ କଡ଼ାକଡ଼ି କରାଯିବା ସହିତ ଘରୋଇ କ୍ଲିନିକକୁ ନିୟନ୍ତ୍ରଣ କରିବା ପାଇଁ ଆଉ କେତେକ ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି । ସେହିପରି କେତେକ ସ୍ଥାନରେ ମୃତ ରୋଗୀଙ୍କୁ ହସ୍ପିଟଲରେ ରଖି ଜୋର ଜବରଦସ୍ତ ଚିକିତ୍ସା ବାବଦ ଅଧିକ ଖର୍ଚ୍ଚ ଦାବି କରାଯାଉଥିବା ସମ୍ପୃକ୍ତ ପରିବାର ପକ୍ଷରୁ ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ତତ୍ତ୍ୱ ଆଧାରରେ ଏିହ ପ୍ରକି୍ରୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗ ପକ୍ଷରୁ ଅନଲାଇନ ବ୍ୟବସ୍ଥା ସହିତ ତଦନ୍ତ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ସରକାରଙ୍କ ପକ୍ଷରୁ ଇ-ହସ୍ପିଟାଳ ବ୍ୟବସ୍ଥା ଆପଣାଯିବ ।
ସରକାରଙ୍କ ପକ୍ଷରୁ ଆଇସିୟୁ ପଞ୍ଜୀକରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଇ-ଆଇସିୟୁ ପ୍ରକି୍ରୟା ଆପଣାଯାଇଛି । ୧୫ଟି ଜିଲ୍ଲାରେ ବିଭିନ୍ନ ସରକାରୀ ହସ୍ପିଟାଲରେ ଏହି ବ୍ୟବସ୍ଥା ଉପରେ ଉପଲବ୍ଧ ହେଉଛି । ଏହା ଦ୍ୱାରା ଯେକେହି ଲୋକ ଘରେ ବସି ଆଇସିୟୁ ବ୍ୟବସ୍ଥା ପାଇପାରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।