ବି.କେ. ଶର୍ମା ଭାରପ୍ରାପ୍ତ ଡିଜିପି

ବି.କେ. ଶର୍ମା ଭାରପ୍ରାପ୍ତ ଡିଜିପି

ବି.କେ. ଶର୍ମା ଭାରପ୍ରାପ୍ତ ଡିଜିପି
ଭୁବନେଶ୍ୱର: ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ ବିଜୟ କୁମାର ଶର୍ମା ହେବେ ଇନଚାର୍ଜ ଡିଜିପି । ଏବେ ଅଗ୍ନିଶମ ବିଭାଗ ଡିଜି ଅଛନ୍ତି ଶ୍ରୀ ଶର୍ମା । ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ହେତୁ ବିଜୟ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ପ୍ରକାଶ ଯେ, ଡିଜିପି ଆର.ପି ଶର୍ମା ଲୋକାୟୁକ୍ତ ସଦସ୍ୟଭାବେ ଗତକାଲି ମନୋନୀତ ହୋଇଛନ୍ତି । ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ଶ୍ରୀ ଶର୍ମାଙ୍କ ନାମକୁ ସୁପାରିଶ କରାଯାଇଥିଲା । ତେବେ ଚୟନ କମିଟିର ସୁପାରିଶକୁ ଗତକାଲି ରାଜ୍ୟପାଳ ଗ୍ରହଣ କରିଥିଲେ ।