ନାବାଳିକାକୁ ଗଣଦୁଷ୍କର୍ମ

ନାବାଳିକାକୁ ଗଣଦୁଷ୍କର୍ମ

ନାବାଳିକାକୁ ଗଣଦୁଷ୍କର୍ମ
ଯୋଡ:କେନ୍ଦୁଝର ଯୋଡା ଅଂଚଳରେ ଜଣେ ଦଶମ ଛାତ୍ରୀ ଗଣଦୁଷ୍କର୍ମର ଶୀକାର ହୋଇଛି । ଗୁରୁତର ନାବାଳିକାକୁ ଯୋଡା ଟିସ୍କୋ ମେଡିକାଲରେ ଭର୍ତି କରାଯାଇଛି । ଘଟଣାରେ ସଂପୃକ୍ତ ୫ ଅଭିଯୁକ୍ତକୁ ପୋଲିସ ଯୋଡା ଥାନାରେ ଅଟକ ରଖିଛି । ସୂଚନାଯୋଗ୍ୟ, କାଲି ସଂଧ୍ୟାରେ ନାବାଳିକା ଜଣେ ସଂପର୍କିୀୟ ସହ ମାମୁଁ ଘର ଯାଉଥିଲେ । ଚାଲି ଚାଲି ଯିବା ବେଳେ ବାଟରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ । ସଂପର୍କୀୟଙ୍କୁ ଅନ୍ୟତ୍ର ପଠାଇ ଦୃବୁର୍ତ ମାନେ ନାବାଳିକାକୁ ଉଠାଇ ନେଇଥିଲେ । ନିକଟରେ ଥିବା ଏକ ପଡିଆରେ ଗରଦୁଷ୍କର୍ମ କରି ଛାଡି ପଳାଇଥିଲେ । ଉକ୍ତ ସଂପର୍କୀୟ ଠାରୁ ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଂଚିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ମେଡିକାଲ ନେଇଥିଲେ ।