୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜବତ ହେଲା ବ୍ରାଉନ୍ ସୁଗର। ଆଜି ଭୋରରେ ଜଳେଶ୍ୱରରୁ ଅବକାରୀ ବିଭାଗ ଚଢାଉ କରି ୧୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁବାସ ଭୋଇ, ଚନ୍ଦନ କୁମାର ଭୋଇ ଓ ଶିବ ପ୍ରସାଦ ମହାନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ କାରରେ ଏହି ବ୍ରାଉନ ସୁଗାର ଭୁବନେଶ୍ୱରକୁ ଆସୁଥିବା ବେଳେ ଅବକାରୀ ବିଭାଗ ୬୦ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପରେ ନିକଟରେ ଏହାକୁ ଜବତ କରିଥିଲା।