ମହିଳା ଛାତ୍ରୀ ନିବାସ ନିକଟରେ ଚାଲିଛି ପାଉଡର କାରବାର

ମହିଳା ଛାତ୍ରୀ ନିବାସ ନିକଟରେ ଚାଲିଛି ପାଉଡର କାରବାର

ମହିଳା ଛାତ୍ରୀ ନିବାସ ନିକଟରେ ଚାଲିଛି ପାଉଡର କାରବାର
ଆଠଗଡ଼ - ବ୍ରାଉନ ସୁଗାର୍ କାରବାର କାୟା ବିସ୍ତାର କରି ଚାଲିଛି ଆଠଗଡରେ । କେତେବେଳେ କଣ ଅଘଟଣ ହେବ କେହି କହି ପାରିବେନି । ଘଟଣା ଘଟି ସାରିଲା ପରେ ସମସ୍ତେ ବାହାରି ଆସିବେ ଏବଂ ପ୍ରବଳ ଗପିବେ । ପୂର୍ବରୁ ସାବଧାନ ହୁଅନ୍ତୁ, ପୋଲିସ ପ୍ରଶାସନ ଦୃଷ୍ଟି ଦିଅନ୍ତୁ । ଅଭିଭାବକ ମାନେ ସତର୍କ ହୁଅନ୍ତୁ । ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ରେ ଥିବା ଛାତ୍ରୀ ନିବାସ କଡରେ ଅର୍ଧ ନିର୍ମିତ ଅବସ୍ଥାରେ ଥିବା ଛାତ୍ରୀ ନିବାସ ଘର ପାଲଟିଛି ପାଉଡର ମାଫିଆଙ୍କ ଆଡ୍ଡାସ୍ଥଳୀ। ଗତ କିଛି ମାସ ହେବ ଅର୍ଧ ନିର୍ମିତ ଛାତ୍ରୀ ନିବାସରେ ବହୁ ନାମୀଦାମୀ ଲୋକଙ୍କ ପିଲାମାନେ ଯାଇ ସେଠାରେ ଡ୍ରଗ୍ସ, ଗଞ୍ଜେଇ, ମଦ୍ୟପାନ କରିବା ସହିତ ହୋହାଲ୍ଲା କରୁଥିବା ର ଅଭିଯୋଗ ଆସିଛି ବଡବଡିଆ ବାବୁ ମାନଙ୍କ ପୁଅ ମାନଙ୍କ ସହିତ କିଛି ମଧ୍ଯବିତ୍ତ ଶ୍ରେଣୀୟ ପିଲା ଯୋଗଦେଇ ଫସିଛନ୍ତି ନିଶା କବଳରେ। ପ୍ରତ୍ଯକ ଦିନ ଉକ୍ତ ଅର୍ଧନିର୍ମିତ ଗୃହ ମଧ୍ଯରେ ସକାଳ ଏବଂ ରାତିରେ ଆସର ଜମୁଛି ସମସ୍ତ ନିଶା ସେବନର । ଫଳରେ ପାଖରେ ଥିବା ଛାତ୍ରୀ ନିବାସ ର ଅଧ୍ୟକ୍ଷ ଏ ସଂକ୍ରାନ୍ତରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କୁ ଜଣାଇବା ସହିତ ପୋଲିସ କୁ ଖବର ଦେବାପରେ ନିଶାଡି ମାନେ ଫେରାର ହୋଇଥାନ୍ତି। ତେବେ ବାରମ୍ବାର ଏଭଳି ହେଉଥିବା ବେଳେ ପୋଲିସ ଆସି ଘଉଡାଇଥାଏ। ପାଖରେ ଥିବା ଛାତ୍ରୀ ନିବାସରେ ପାଖାପାଖି ୫୦ ରୁ ଉର୍ଧ ଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଘରଦ୍ବାର ଛାଡି ମହାବିଦ୍ୟାଳୟ ରେ ପାଠ ପଢୁଥିବା ବେଳେ ଛାତ୍ରୀ ନିବାସ ନିକଟରେ ଏଭଳି ଘଟଣା ଘଟୁଥିବା ବେଳେ ପୋଲିସ ଆସି ନିଶାଡି ମାନଙ୍କୁ ଘଉଡାଉଥିବା ବେଳେ ଛାତ୍ରୀ ମାନେ କେତେ ସୁରକ୍ଷିତ ଉକ୍ତ ଛାତ୍ରୀ ନିବାସରେ ତାହା ସାଧାରଣରେ ପ୍ରଶ୍ନ ଉଠୁଛି।ଅନ୍ଯପଟେ ପୋଲିସ ଆସି ବାରମ୍ବାର ନିଶାଡି ମାନଙ୍କୁ ଘଉଡାଉଥିବା ବେଳେ କାହିଁକି ବୀହିତ ପଦକ୍ଷେପ ନେଉନାହିଁ। ହାଇଦ୍ରାବାଦ ଘଟଣା ଭଳି ସେହି ନିଶାଡି ମାନଙ୍କ ମଧ୍ଯରୁ ଜଦି କେହି କୈଣସି ଛାତ୍ରୀଙ୍କୁ ନିଆଁ ଲଗାନ୍ତି ତେବେ ସେଥିପାଇଁ କିଏ ଦାୟୀ ରହିବ।ଆଠଗଡ ପୋଲିସ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ଛାତ୍ରୀ ନିବାସ ନିକଟରେ ହେଉଥିବା ନିଶା କାରବାର ବନ୍ଦ କରିବା ସହିତ ଉକ୍ତ ଜାଗା ମଧ୍ୟରେ ପ୍ରବେଶ ନିଷେଧ କରିବା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହୋଇଛି ନଚେତ ୫ ଟି ର ଆଶ୍ରୟ ନେବେ ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ। ଏହି ବ୍ରାଉନ ଶୁଗାର ର ଚେର କଲିକତା ରୁ ବାଲେଶ୍ଵର ଏବଂ ପୁରୀ ହୋଇ ଆସୁଛି ଆଠଗଡ଼ କୁ । ପ୍ରାଥମିକ ଅନୁସନ୍ଧାନରୁ ଦୁଇ ଜଣ ମହିଳା ଏଥିରେ ସଂପୃକ୍ତ ଥିବା ଜଣା ପଡ଼ିଛି ।