ୱାଇ-ଫାଇ ସହ ଯୋଡି ହେଲା ୧୦୦ଟି ରେଳ ଷ୍ଟେସନ

ୱାଇ-ଫାଇ ସହ ଯୋଡି ହେଲା ୧୦୦ଟି ରେଳ ଷ୍ଟେସନ

ୱାଇ-ଫାଇ ସହ ଯୋଡି ହେଲା ୧୦୦ଟି ରେଳ ଷ୍ଟେସନ
ଭୁବନେଶ୍ୱର: ୨୦୧୮ ଏପ୍ରିଲ ମାସ ପହିଲା ଠାରୁ ୨୦୧୯ ମାର୍ଚ୍ଚ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୪୧ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଛି ଓ ଏହାର ପୂର୍ବ ବର୍ଷରେ ପୂର୍ବତଟ ରେଳପଥରେ ୫୯ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଥିଲା ଓ ସିଏସଆର ପାଣ୍ଠି ଆନୁକୂଲ୍ୟରେ ପୂର୍ବତଟ ରେଳପଥରେ ରେଲଟଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ (ଆର.ସି.ଆଇ.ଏଲ) ଦ୍ୱାରା ସମ୍ପାଦନ କରାଯାଇଛି । ବର୍ତମାନ ପୂର୍ବତଟ ରେଳପଥରେ ସମୁଦାୟ ୧୦୦ ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ଉପଲବ୍ଧ ହୋଇପାରିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଥିବା ୪୧ଟି ଷ୍ଟେସନ ଗୁଡିକ ହେଲା ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେ ୨୯ ଟି ଷ୍ଟେସନ ଯଥା ବାଉଦପୁର, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼, ବୈତରଣୀ ରୋଡ଼, କୋରେଇ, ଯଖପୁରା, ଜେନାପୁର, ନୂଆ ଗଡମଧୁପୁର, ହରିଦାସପୁର, ଧାନମଣ୍ଡଳ, ବରୀଠେଙ୍ଗଡ଼, ବୈରୀ, ର୍ନିଗୁଣ୍ଡି, କେନ୍ଦ୍ରାପଡା ରୋଡ଼, କାଇପଦର ରୋଡ଼, ତାପଙ୍ଗ, କୁହୁଡି, ଗଙ୍ଗାଧରପୁର, ସୋଲାରି, ରମ୍ଭା, ହୁମା, ଗଂଜାମ, ଜଗନ୍ନାଥପୁର, ଗୋଳନ୍ଥରା, ଶୁର୍ଲା ରୋଡ଼, ଝାଡ଼ପୁଡ଼ି, ବାରୁଭା, ମଣ୍ଡାସା ରୋଡ଼ ଓ ସୁମାଦେବୀ । ସମ୍ବଲପୁର ରେଳ ମଣ୍ଡଳ ରେ ୧ ଟି ଷ୍ଟେସନ – ଖରିଆର ରୋଡ଼ ଏବଂ ୱାଲଟିୟର ରେଳ ମଣ୍ଡଳ ରେ ୧୧ ଟି ଷ୍ଟେସନ ଯଥା – ପୁଣ୍ଡି, ନୌପଡା ରୋଡ଼, କୋଟାବୋମାଲି, ତିଲାରୁ, ଉରଲମ, ଦୁସି, ପୋନ୍ଦୁରୁ, ସିଗାଡ଼ମ, ଚିପୁରୁପଲ୍ଲୀ, ଗୀରିଭିଡ଼ି ଓ ଶୃଙ୍ଗାଭରପୁ କୋଟା ଷ୍ଟେସନ ଇତ୍ୟାଦି ରହିଛି ।