ଏସିପି ସ୍ତରରେ ବଡ଼ଧରଣର ଅଦଳବଦଳ ...

ଏସିପି ସ୍ତରରେ ବଡ଼ଧରଣର ଅଦଳବଦଳ ...

ଏସିପି ସ୍ତରରେ ବଡ଼ଧରଣର ଅଦଳବଦଳ ...
ଭୁବନେଶ୍ବର : କମିସନରେଟ ପୁଲିସ ଅଧୀନରେ କାର୍ଯ୍ୟରତ ଏସିପି ପାହ୍ୟାର ଅଧିକାରୀସ୍ତରରେ ବଡ଼ଧରଣର ବଦଳି ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ବଦଳିରେ ବର୍ତ୍ତମାନ କଟକ ଜୋନ୍ ୧ ଏସିପି ଭାବେ କାର୍ଯ୍ୟରତ ମାନସ ରଞ୍ଜନ ଗଡ଼ନାୟକଙ୍କୁ ଭୁବନେଶ୍ବର ଜୋନ୍ ୧ ଏସିପି ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ବର ଜୋନ୍ ୧ ଏସିପି ଭାବେ କାର୍ଯ୍ୟରତ ବିଷ୍ଣୁପ୍ରସାଦ ପାତ୍ରଙ୍କୁ ବଦଳି କରାଯାଇ ଜୋନ୍ ୨ ଏସିପିଭାବେ ଅବସ୍ଥାପତି କରାଯାଇଛି। କମିସନରେଟ ମୁଖ୍ୟାଳୟରେ ଏସିପିଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ଶତପଥୀଙ୍କୁ ଜୋନ୍ ୪ ଏସିପି ଭାବେ ଅବସ୍ଥାପତି କରାଯାଇଥିବାବେଳେ ବର୍ତ୍ତମାନ ଜୋନ୍ ୪ ଏସିପି ଥିବା ଅମରେନ୍ଦ୍ର ପଣ୍ଡାଙ୍କୁ କଟକ ଜୋନ୍ ୧କୁ ବଦଳି କରାଯାଇଛି। ଜୋନ୍ ୬ ଏସିପିଭାବେ କାର୍ଯ୍ୟରତ ତରୁଣ ଦାସଙ୍କୁ କମିସନରେଟ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ପ୍ରକାଶ ଚନ୍ଦ୍ର ପାଳଙ୍କୁ ସେଠାରେ ଅବସ୍ଥାପିତ କରାଯାଇଛି। କମିସନରେଟ ମୁଖ୍ୟାଳୟରେ ଏସିପି କ୍ରାଇମ ଭାବେ କାର୍ଯ୍ୟରତ ପି.ଚନ୍ଦ୍ର ବଡ଼ଜେନାଙ୍କୁ କଟକ ଜୋନ୍ ୩ ଏସିପି ଭାବେ ବଦଳି କରାଯାଇଛି। କମିସନରେଟ ପୁଲିସ ମୁଖ୍ୟାଳୟରେ ଥିବା ଏସିପି ଅନୀଲ କୁମାର ବେଉରିଆଙ୍କୁ କଟକ ଡିଆଇବିକୁ ବଦଳି ହୋଇଛି। ଭୁବନେଶ୍ବର ଜୋନ୍ ୨ ଏସିପି ଭାବେ କାର୍ଯ୍ୟରତ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ କମିସନରେଟ ମୁଖ୍ୟାଳୟକୁ ବଦଳି କରଯାଇଥିବା ବେଳେ ବାଲେଶ୍ବରରୁ ବଦଳି ହୋଇ କମିସନରେଟରେ ଯୋଗଦେଇଥିବା ଏସିପି ରଜତ ରାୟଙ୍କୁ କମିସନରେଟ ହେଡ଼କ୍ବାର୍ଟରରେ ଅବସ୍ଥାପିତ କରାଯାଇଛି।