ପଦ୍ମ ଧରିଲେ ଅର୍ଜୁନ

ପଦ୍ମ ଧରିଲେ ଅର୍ଜୁନ

ପଦ୍ମ ଧରିଲେ ଅର୍ଜୁନ
ଭୁବନେଶ୍ୱର: ବିଜେପିରେ ଯୋଗ ଦେଲେ ଅର୍ଜୁନ ଚରଣ ସେଠୀ । ଆଜି ଅପରାହ୍ନରେ ବିଧିବଧ ଭାବେ ଅର୍ଜୁନ ସେଠୀ ତାଙ୍କ ଓ ପୁଅ ଅଭିମନ୍ୟୁ ସେଠୀ ବିଜେପିରେ ମିଶିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ଭଦ୍ରକ ସାଂସଦ ଅର୍ଜୁନ । ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ, ଚଳିତ ନିର୍ବଚନରେ ଭଦ୍ରକରୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ମଞ୍ଜୁଲତା ମଣ୍ଡଳକୁ ଚୟନ କରିବା ପରେ ଅର୍ଜୁନ ଅସନ୍ତୁଷ୍ଟ ଥିଲେ । ଦୀର୍ଘ ୮ଥର ସାଂସଦ ହୋଇଥିଲେ ମଧ୍ୟ ଚଳିତ ଥର ତାଙ୍କର ପୁଅକୁ ସେ ଏଥର ଟିକେଟ ଦେବାକୁ ଲବି କରିଥିଲେ । ସେ ଏଥିରେ ସଫଳ ନହେବାରୁ ବିଜେଡି ଛାଡ଼ିଥିବା ଜଣାପଡ଼ିଛି । ଆଗାମୀ ଦିନରେ ସେ ବିଜେପିରେ ଯୋଗଦେଇ ଭଦ୍ରକ ଲୋକସଭା ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି ।