୨୨ରେ ଶପଥ ନେବେ ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ

୨୨ରେ ଶପଥ ନେବେ ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ

ନୂଆଦିଲ୍ଲୀ: ଓଡ଼ିଶାର ୪ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ୨୨ରେ ଶପଥ ଗ୍ରହଣ କରିବେ । ଏହି ଚାରି ଜଣ ସଦସ୍ୟ ଗତ ଏପି୍ରଲ ପ୍ରଥମ ସପ୍ତାହରେ ଶପଥ ନେବାର ଥିଲା । କିନ୍ତୁ କରୋନା କଟକଣା ଓ ଲକଡାଉନ ଯୋଗୁଁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିୟା ନାଇଡୁ ଶପଥ ଗ୍ରହଣ ଉତ୍ସବକୁ ବାତିଲ କରିଦେଇଥିଲେ । ରାଜ୍ୟସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ୬୧ ସଦସ୍ୟ ୨୨ରେ ଶପଥ ନେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ୬୧ ଜଣ ସଦସ୍ୟ ରାଜ୍ୟସଭାରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବ ଦେଖିବା ପାଇଁ ନିର୍ବାଚିତ ସଦସ୍ୟଙ୍କ ପରିବାରର ଏକମାତ୍ର ସଦସ୍ୟ କିମ୍ବା ଅତିଥି ଯୋଗ ଦେଇପାରିବେ । ରାଜ୍ୟସଭା ଗ୍ୟାଲୋରୀରେ ସାମାଜିକ ଦୂରତ୍ୱ ନିୟମ ଅନୁସାରେ ନିର୍ବାଚିତ ସଦସ୍ୟଙ୍କ ପରିବାର ସଦସ୍ୟ/ଅତିଥିଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବାର ରାଜ୍ୟସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି ।