ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ

ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ

ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ
ଭୁବନେଶ୍ଵର: ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ମତଦାନ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ପୁରୀର ଗଦାଧର ସ୍କୁଲ ୧୪୬ ନମ୍ବର ବୁଥ, ପୁରୀ ସଦରର ୧୧୦, ୧୪୮ ନମ୍ବର ବୁଥ, ବ୍ରହ୍ମଗିରିର ୧୬୫ ଓ ବାଲିପାଟପୁର ୫ ନମ୍ବର ବୁଥରେ ଇଭିଏମ ଅଚଳ​ ହୋଇଥିବା ଖବର ମିଳିଛି। ଚିଲିକା ନିର୍ବାଚନମଣ୍ଡଳୀର ୨୦୯ ନମ୍ବର ବୁଥ, ପିପିଲି ଛଣେଶ୍ଵରଦେବ ସ୍କୁଲର ୨୫୮ ନଂ. ବୁଥ, କମାକନ୍ତିଆର ୨୩୪ନଂ. ବୁଥ, କୃଷ୍ଣପ୍ରସାଦ ବାଲିପାଟପୁରର ୪ନଂ, ତିରଣର ୩୪ ନଂ ବୁଥାରେ ଇଭିଏମ ଅଚଳରୁ ମତଦାନ ବିଳମ୍ବିତ ହୋଇଛି। କଟକ ରାଜାବଗିଚା ୧୭୯ନଂ. ବୁଥ, ବାଦାମବାଡ଼ି ନ୍ୟୁ କଲୋନୀ ୧୬୯ ନଂ. ବୁଥ, କଟକ ସଦର ଅଠଙ୍ଗାର ୧୦୧ନଂ. ବୁଥ, କାଜିବଜାର ହାଇସ୍କୁଲର ୭୬ନଂ. ବୁଥ, ଲକ୍ଷ୍ମୀନାରାୟଣପୁରର ୧୦୨ ନଂ. ବୁଥ, ଆଠଗଡ଼ ରାଧାଗୋବିନ୍ଦପୁର ସ୍କୁଲର ୧୧୫ ନଂ. ବୁଥ, ପୁରୁଷୋତ୍ତମପୁର ସ୍କୁଲର ୧୧୫ ନଂ. ବୁଥ, କିଶୋରଗଞ୍ଜ ସ୍କୁଲର ୯୮, ତରଡିହିର ୧୪୩, ଚୌଦ୍ବାରର ୪୭ ଓ ୧୩୪ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଛି। ବାଙ୍କୀର ୯୬, ୧୦୯ ନଂ. ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଭୁବନେଶ୍ଵରର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧୨ ନଂ ବୁଥ, ନିକୋପାର୍କ ଆଶ୍ରମ ସ୍କୁଲ ୩୨ ନଂ., ମଧୁସୂଦନ ନଗର ୭୦ ନଂ ବୁଥ, ୟୁନିଟ୍‌-୪ର ୫୭ ନଂ. ବୁଥ, କଳାରାହାଙ୍ଗର ୩୯ ନଂ. ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି। କେନ୍ଦୁଝରର ପ୍ରାୟ ୧୦୦ଟି ବୁଥରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି। କେନ୍ଦୁଝରର ୨୧୨, ୨୧୩, ୪୫ ନଂ. ବୁଥ, ମ୍ୟୁନିସିପାଲଟିର ୨୨୧, ୨୪୩, ୨୫୫ନଂ. ବୁଥ୍‌, ଚମ୍ପୁଆର ୨୦୬ ନଂ. ମଡେଲ ବୁଥ୍, ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା ୨୮୧ ନଂ. ବୁଥ, ସରଳା ଓ ଖପରାଖାଇର ୯୦ ନଂ. ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଖୋର୍ଦ୍ଧା କାଇପଦରର ୫୭ ନଂ. ବୁଥ, ଖୋର୍ଦ୍ଧା ୧୬୬ ନଂ. ବୁଥ, ବେଗୁନିଆର ୩୪, ୩୬ ନଂ. ବୁଥ, ଜଟଣୀର ୧୮୩, ୧୮୦, ୧୮୧, ୧୮୨, ୧୮୩, ୨୨୮ ନମ୍ବର ଆଦି ବୁଥରେ ଇଭିଏମ ଅଚଳ ପାଇଁ ଭୋଟଦାନ ବିଳମ୍ବିତ ହୋଇଛି । ଅନ୍ୟପଟେ ସମ୍ବଲପୁରର ସାକ୍ଷୀଗୋପୀନାଥପୁରର ୧୧୩ ନଂ. ବୁଥ, ୧୧୫ନଂ ବୁଥ, ୧୩୯ ନଂ ବୁଥ, ରେଙ୍ଗାଲି ଧନକଉଡ଼ଶ ସେବାଶ୍ରମ ୧୬୧ ନଂ. ବୁଥ, କୁଚିଣ୍ଡାର ୧୨୨, ୧୪୫ ନଂ. ବୁଥ, ୧୦୧, ୧୩୫, ୧୩୮ ଏବଂ ଢେଙ୍କାନାଳ ଜିଲା ହିନ୍ଦୋଳର ୨୩୨, ମ୍ୟୁନିସିପାଲଟିର ୧୯୩, ୧୯୪, ତାଳଚେର ବାନ୍ଧବରେଣି ସ୍କୁଲର ୭୧ ନଂ. ବୁଥରେ ଇଭିଏମରେ ତ୍ରୁଟି ଦେଖିବାକୁ ମିଳିଥିଲା। ସେହିପରି ନୟାଗଡ଼ ରଣପୁରର ୧୨୮, ୧୩୦, ରଣପୁର ନରେନ୍ଦ୍ରପୁରର ୧୩୦, ସୁନାଖଳାର ୧୨୮ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁ ମତଦାନ ବିଳମ୍ବିତ ହୋଇଥିଲା।