ଐତିହ୍ୟସ୍ଥଳୀର ବିକାଶ କାର୍ଯ୍ୟରେ ବାଇ- ଲ ପତିବନ୍ଧକ : ପ୍ରତାପ ଜେନା

ଐତିହ୍ୟସ୍ଥଳୀର ବିକାଶ କାର୍ଯ୍ୟରେ ବାଇ- ଲ ପତିବନ୍ଧକ : ପ୍ରତାପ ଜେନା

ଐତିହ୍ୟସ୍ଥଳୀର ବିକାଶ କାର୍ଯ୍ୟରେ ବାଇ- ଲ ପତିବନ୍ଧକ : ପ୍ରତାପ ଜେନା
ଭୁବନେଶ୍ୱର: ବାଇ- ଲ ସ୍ଥଗିତ ନୁହେଁ, ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବାକୁ ଆଇନମନ୍ତ୍ରୀ ପ୍ରତାପ ଜେନା ଦାବି କରିଛନ୍ତି । ଐତିହ୍ୟସ୍ଥଳୀର ଉନ୍ନତୀକରଣରେ ବାଇ-ଲ ଲାଗୁ କରାଯିବା ପ୍ରସଙ୍ଗରେ ଶ୍ରୀ ଜେନା ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ଐତିହ୍ୟସ୍ଥଳୀର ବିକାଶ କାର୍ଯ୍ୟରେ ବାଇ- ଲ ପତିବନ୍ଧକ ସୃଷ୍ଟି କରୁଛି । ତେଣୁ ସ୍ଥଗିତ ନୁହେଁ ବାଇ-ଲ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଉ ବୋଲି ପ୍ରତାପ ଜେନା ଦାବି କରିଛନ୍ତି । ଅନ୍ୟପକ୍ଷରେ ଐତିହ୍ୟସ୍ଥଳୀର ଉନ୍ନତୀକରଣ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି କହିଛନ୍ତି ଯେ, ଐତିହ୍ୟସ୍ଥଳୀର ବିକାଶ ଆଇନ ଅନୁସାରେ ହେଉ । ଐତିହ୍ୟସ୍ଥଳୀର ବିକାଶ ହେବା ଦରକାର । ମାତ୍ର ଆଇନ ଅନୁସାରେ ହେଉ । ବେଆଇନ ବାଟରେ କୌଣସି ପ୍ରକାର କାର୍ଯ୍ୟ କରାନଯାଉ । ଏଏମଏସଏଆର ଆକ୍ଟ-୧୯୫୮ ଏବେ ସୁଦ୍ଧା ବଳବତ୍ତର ଏବଂ ସର୍ବମାନ୍ୟ । ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳରେ ପ୍ରକଳ୍ପ ପୂର୍ବରୁ ଓଡ଼ିଶା ସରକାର ଏନଏମଏ କିମ୍ବା ଏସଆଇଙ୍କ ଠାରୁ ଅନୁମତି ନିଅନ୍ତୁ । ଯାହା ଠିକ ତାହାଁ ହିଁ କରାଯାଉ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।