କଟକ ମେଡିକାଲ ପାଇଁ ଏସଓପି ଜାରି

କଟକ ମେଡିକାଲ ପାଇଁ ଏସଓପି ଜାରି

କଟକ: ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ଏହାରି ଭିତରେ କଟକ ମେଡିକାଲ ପାଇଁ ଏସଓପି ଜାରି କରାଯାଇଛି । କଟକ ଜିଲ୍ଲାପାଳଙ୍କ ଅଫିସରେ କରୋନା ସ୍ଥିତି ସମୀକ୍ଷା ପରେ ଏସଓପି ଜାରି କରାଯାଇଛି । ବୈଠକ ପରେ କରୋନା ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଶିଶୁ ଭବନ, ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ଏସଓପି ଜାରି କରାଯାଇଛି । ଏହି ୩ ହସ୍ପିଟାଲର କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଏସପିକୁ କଡ଼ାକଡ଼ି ପାଳନ କରିବେ । କଟକ ମେଡିକାଲରେ ଯେପରି ପୂର୍ବପରି ସଂକ୍ରମଣ ନବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଲକଡାଉନ ଚାଲିଛି । କଟକ ସହର ଓ ମେଡିକାଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିବ । ସ୍ୱତନ୍ତ୍ର ଟିମ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ କରାଯିବ ବୋଲି କରୋନା ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ କହିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କରୋନା ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ମହାପାତ୍ର, ସିଏମସି କମିଶନର, ପୁଲିସ କମିଶନର, ଏସସିପି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ମେଡିକାଲରେ କରୋନା ସ୍ଥିତି ଓ ମୁକାବିଲା ସମ୍ପର୍କରେ ଆଲୋଚନା କରାଯାଇଥିଲା ।