କଂଗ୍ରେସର ଦୁଇ ଦିନିଆ ମେଗା ପ୍ରଚାର

କଂଗ୍ରେସର ଦୁଇ ଦିନିଆ ମେଗା ପ୍ରଚାର

କଂଗ୍ରେସର  ଦୁଇ ଦିନିଆ ମେଗା ପ୍ରଚାର
ଭୁବନେଶ୍ୱର: ଓଡିଶାରେ ଦୁଇଦିନ ଧରି ପ୍ରଚାର କରିବେ କଂଗ୍ରେସ ନେତା । କାଲି ବାଲେଶ୍ୱର ରେମୁଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମାବେଶ କାର୍ଯ୍ୟକ୍ରମ ରହିଛି । ଜଳେଶ୍ୱର ଓ କୋରେଇରେ ରୋଡ ସୋ କରିବେ ସୁସ୍ମିତା ଦେବ । ଜଗତସିଂହପୁରରେ ରୋଡ ସୋ କରିବେ ଗୁଲାମ ନବୀ ଆଜାଦ । ଏଥିସହ ନାଉଗାଁର ଏକ ବୈଠକରେ ଯୋଗ ଦେବେ ଗୁଲାମ ନବୀ । ୨୭ରେ କୁଜଙ୍ଗ ଆସିବେ ଏନଏସୟୁଆଇ ନେତ୍ରୀ ରାଗିଣୀ ନାୟକ । ରୋଡ ସୋ ସହ ସଭାରେ ଯୋଗ ଦେବେ ଟିଏସ ସିଂହ ଦେଓ ।