ବିଜେପିରେ ମିଶିଲେ ରଘୁନାଥ ମହାନ୍ତି

ବିଜେପିରେ ମିଶିଲେ ରଘୁନାଥ ମହାନ୍ତି

ବିଜେପିରେ ମିଶିଲେ ରଘୁନାଥ ମହାନ୍ତି
ଭୁବନେଶ୍ୱର : ବିଜେଡ଼ି ଉପସଭାପତି ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି । ବସ୍ତା ଆସନରୁ ତାଙ୍କୁ ବିଜେଡ଼ି ଟିକେଟ ମିଳିବ ନାହିଁ ବୋଲି ଜାଣିବା ପରେ ରଘୁନାଥ ଦଳ ଛାଡ଼ିଥିଲେ । ପ୍ରଥମେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଚାପ ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ । ତେବେ ତାହା ସଫଳ ନହେବାରୁ ସେ ଉପସଭାପତି ପଦ ସହ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ବିଜେଡ଼ିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହେବେବୋଲି ଚର୍ଚ୍ଚା ହେଉଥିଲା ।