ମଂଚରେ ଚେତା ହରାଇଲେ ଗଡ଼କରୀ

ମଂଚରେ ଚେତା ହରାଇଲେ ଗଡ଼କରୀ

ମଂଚରେ ଚେତା ହରାଇଲେ ଗଡ଼କରୀ
ମୁମ୍ବାଇ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିର୍ବାଚନୀ ସଭାରେ ଅସୁସ୍ଥ ହୋଇ ପଡ଼ିଛନ୍ତି । ମହାରାଷ୍ଟ୍ରର ଶିରିଡ଼ି ଲୋକସଭା ଆସନ ପାଇଁ ଶିବସେନା ପ୍ରାର୍ଥୀ ସଦାଶିବ ଲୋଖାଣ୍ଡେଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ବେଳେ ଶିରିଡ଼ ନିକଟ ରାହାତଠାରେ ଏଭଳି ଘଟିଛି । ଶନିବାର ସଂଧ୍ୟାରେ ଭାଷଣ ଦେଇସାରି ସେ ମଂଚରୁ ଓହ୍ଲାଉଥିବାବେଳେ ହଠାତ ଚେତା ହରାଇ ପଡ଼ି ଯାଇଥିଲେ । ତାଙ୍କ ସୁରକ୍ଷାକର୍ମୀଙ୍କ ସହ ବିଜେପିର ଅହମ୍ମଦନଗର ପ୍ରାର୍ଥୀ ସୁଜୟ ଭିକେ ପାଟିଲ, ସଦାଶିବ, ମହାରାଷ୍ଟ୍ର ମନ୍ତ୍ରୀ ରାମ ସିନେ୍ଧ ପ୍ରମୁଖ ତାଙ୍କୁ ଉଠିବାରେ ସହାୟତା କରିଥିଲେ । ଅଳ୍ପ ସମୟ ମଧ୍ୟରେ ସେ ସୁସ୍ଥ ହୋଇ ଚାଲିଚାଲି ନିଜ ଗାଡ଼ି ନିକଟକୁ ଯାଇଥିଲେ । ପୂର୍ବରୁ ଗତ ଡିସେମ୍ବର ୭ରେ ମଧ୍ୟ ଗଡ଼କରୀ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ଶରୀରରେ ଗ୍ଲୁକୋଜ କମିଯିବାରୁ ଏଭଳି ହୋଇଥିବା କୁହାଯାଉଛି ।