ଅର୍ଥ ଖର୍ଚ୍ଚ କରିବୁନି, ଲୋକମତ ସଂଗ୍ରହ କରିବୁ:ନିରଞ୍ଜନ

ଅର୍ଥ ଖର୍ଚ୍ଚ କରିବୁନି, ଲୋକମତ ସଂଗ୍ରହ କରିବୁ:ନିରଞ୍ଜନ

 ଅର୍ଥ ଖର୍ଚ୍ଚ କରିବୁନି, ଲୋକମତ ସଂଗ୍ରହ କରିବୁ:ନିରଞ୍ଜନ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଆମେ ଅର୍ଥ ଖର୍ଚ୍ଚ କରିବୁନି। କେବଳ ଲୋକମତ ସଂଗ୍ରହ କରିବୁ। ନିରାଡମ୍ବରରେ ନାମାଙ୍କନ ଦାଖଲ କରିବୁ। ବିଜେଡି ବିଜେପି ସହ ପଟୁଆରରେ ପ୍ରତିଯୋଗିତା କରିବୁନି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଆସନ୍ତା ୨୧ ତାରିଖ ଦିନ ବିଜେପୁର ଉପନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଗ ଭିଡ଼ିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ତେବେ ନିର୍ବାଚନରେ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ପାଇଁ । ଏକଥା ଆମେ କହୁ ନାହୁଁ । ଏହି କଥା ଗତ ବୁଧବାର ଦିନ ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । କଂଗ୍ରେସ ପାଖରେ ଟଙ୍କା ନଥିବା କହି ସେ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ କହିଥିଲେ । ତେବେ କେହି ରୋଗରେ ପଡ଼ିଲେ କି ଅସୁବିଧାରେ ପଡ଼ିଲେ ଆର୍ଥିକ ସହାୟତା ମାଗୁଥିବାବେଳେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଭଳି ଏକ ଜାତୀୟ ଦଳ ଆର୍ଥିକ ସହାୟତା ମାଗିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଥିଲା । ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ଲଡିବା ପାଇଁ ଆର୍ଥିକ ସହାଯ୍ୟ ମାଗିଥିଲେ । କଂଗ୍ରେସ ପାଖରେ ଟଙ୍କା ନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀ ପଟ୍ଟନାୟକ ସାହାଯ୍ୟ ମାଗିଥିଲେ । ସେ କହିଥିଲେ ଯେ, ନିକଟରେ ସାଧାରଣ ନିର୍ବାଚନ ସରିଥିବାରୁ ଆଉ ଏକ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ । ତେଣୁ ବଦାନ୍ୟ ବ୍ୟକ୍ତି ଏବଂ ନେତାମାନେ ଦଳକୁ ଆର୍ଥିକ ସାହାଯ୍ୟ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଥିଲେ ।