ପ୍ରତିଶ୍ରୁତି ପୂରଣ କରିଛୁ: ରୀତା ସାହୁ

ପ୍ରତିଶ୍ରୁତି ପୂରଣ କରିଛୁ: ରୀତା ସାହୁ

ପ୍ରତିଶ୍ରୁତି ପୂରଣ କରିଛୁ: ରୀତା ସାହୁ
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ବିଜେପୁର ଫାଇଟ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଥିବବେଳେ ଆଜି ମଧ୍ୟ ପ୍ରଚାର କରୁଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି । ତେବେ କଂଗ୍ରେସ, ବିଜେଡି ଓ ବିଜେପି ନେତା ମାନେ ବିକାଶ ନାମରେ ଭୋଟ ଭିକ୍ଷା କରୁଥିବାବେଳେ ଏହା ଭିତରେ ବିଜେଡି ପ୍ରାର୍ଥୀ ରୀତା ଏକ ବଡ଼ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପୁରରେ ସେଭଳି କିଛି ସମସ୍ୟା ନାହିଁ । ଏପରିକି ବିଜେପୁରରେ କୌଣସି ପ୍ରକାର ସମସ୍ୟା ନାହିଁ ବୋଲି ସେ କହିଛନ୍ତି । ବିଜେପୁର ପାଇଁ ବହୁତ କିଛି କାମ ହୋଇଛି । ଲୋକଙ୍କର ତ ସବୁବେଳେ ସମସ୍ୟା ଥାଏ । ତେବେ ବିଜେପୁରରେ ସେମିତି କିଛି ବେଶୀ ସମସ୍ୟା ନାହିଁ । ରୋଡ, ରାସ୍ତା ତ ବାରମ୍ବାର ହୋଇଥାଏ, ପୁଣି ହେବ । ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ବହୁତ ପୁରଣ କରିଛୁ । ଖାଲି ଯାହା ଗଙ୍ଗାଧର ପ୍ରକଳ୍ପ ପ୍ରୋସେସରେ ଅଛି ବୋଲି ରୀତା ସାହୁ କହିଛନ୍ତି ।