ଭେଣ୍ଟିଲେଟରରେ କାଳିଆ

ଭେଣ୍ଟିଲେଟରରେ କାଳିଆ

ଭେଣ୍ଟିଲେଟରରେ କାଳିଆ
କଟକ: ବହୁ ଚର୍ଚ୍ଚିତ ଯାଆଁଳା ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି । ତାକୁ ଏସ୍‌ସିବି ମେଡ଼ିକାଲରେ ଭେଣ୍ଟିଲେଟରରେ ରଖାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ କାଳିଆର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଛାତିରେ ସଂକ୍ରମଣ ଯୋଗୁଁ ତାକୁ ଭେଣ୍ଟିଲେଟର୍‌ରେ ରଖାଯାଇଛି ବୋଲି ଏସ୍‌ସବି ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମ୍‌ସ୍‌ରୁ ଆଣି କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଛି । ୧୪ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚବିଶ ଘଣ୍ଟା ଦୁଇ ଶିଶୁଙ୍କ ଉପରେ ନଜର ରଖିଛନ୍ତି । ଜଗା ଧିରେ ଧିରେ ସୁସ୍ଥ ହୋଇଛି । ସେ ସମସ୍ତଙ୍କ ସହିତ ମିଶିବା ସହିତ ପାଠ ମଧ୍ୟ ପଡ଼ୁଛି । କିନ୍ତୁ କାଳିଆ ଶୋଇ ରହୁଛି । ଏବେ ତା’ର ଛାତିରେ ସଂକ୍ରମଣ ହୋଇଛି । ଯେଉଁଥିପାଇଁ ଭେଣ୍ଟିଲେଟର୍‌ରେ ରଖାଯାଇଛି । କାଳିଆର ପାଇଁ ଏମ୍‌ସ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରି ଏସ୍‌ସିବିକୁ ଦେଇଛି । ଦୀର୍ଘ ୬ ମାସ ଧରି ସେ ସେହି ଖାଦ୍ୟ ଖାଇବ । ନାକରେ ନଳୀ ମାଧ୍ୟମରେ ତାକୁ ଖାଇବାକୁ ଦିଆଯାଉଛି ।