୬ଟି ସହର ୨୯ ଯାଏ ତାତିରୁ ନିସ୍ତାର ନାହିଁ
୬ଟି ସହର ୨୯ ଯାଏ ତାତିରୁ ନିସ୍ତାର ନାହିଁ
admin
May 25, 2019 - 05:54
Updated: May 25, 2019 - 05:54
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ସ୍ଥିତି ପରିବର୍ତନ ହେଉନାହିଁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ତାତିରେ ଜଳୁଛି । ଗୋଟିଏ ପଟେ ଅସହ୍ୟ ଗୁଳୁଗୁଳି କଷ୍ଟ ଦେଉଥିବା ବେଳେ ଗ୍ରୀଷ୍ମ ପ୍ରବାହ ଅବଧି ବଢି ବଢି ଚାଲିଛି । ଦୁଇଦିନ ପୂର୍ବରୁ ୨୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ଏହି ସମୟସୀମା ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ସ୍ଥିତି କୌଣସି ସୁଧାର ଆସିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆଜି ରାଜ୍ୟର ୧୦ଟି ସହରରେ ପାରଦ ୪୦ଂ ଅତିକ୍ରମ କରିଥିଲା । ଏଥି ମଧ୍ୟରୁ ୬ ଟି ସହରରେ ତାପମାତ୍ରା ୪୩ଂ ଉପରେ ରହିଥିଲା । ଉପକୂଳ ଓଡିଶାରେ ତାତି ସାମାନ୍ୟ ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁସାରେ ୪୪.୨ଂ ସହିତ ଟିଟିଲାଗଡ ସବୁଠାରୁ ଉତପ୍ତ ସହର ରହିଥିଲା । ସେହିପରି ସମ୍ବଲପୁରରେ ୪୩.୯ଂ ହୀରାକୁଦରେ ୪୩.୨ଂ ତାଲଚେରରେ ୪୩.୭ଂ, ଭବାନୀପାଟଣାରେ ୪୧.୫ଂ ମାଲକାନଗିରିରେ ୪୧ଂ, ସୁନ୍ଦରଗଡରେ ୪୦ଂ ରେକଡ କରାଯାଇଛି । ଅପରପକ୍ଷରେ କେନ୍ଦୁଝର ତାପମାତ୍ରା ୩୯.୪ଂ ବାଲେଶ୍ୱର ୩୯ଂ, ଚାନ୍ଦବାଲିରେ ୩୭.୮ଂ ଭୁବନେଶ୍ୱର ୩୭.୭ କଟକରେ ୩୭.୨ଂ ରହିଥିଲା । ଭୁବନେଶ୍ୱର ସ୍ଥିତି ଆଚଂଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ, ସମ୍ବଲପୁର ,ଦେବଗଡ, ଅନୁଗୋଳ, ବରଗଡ, ସୋପପୁର, ବଲାଙ୍ଗିର, ନୂଆପଡାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।