୨୯ରେ ଶପଥ ନେବେ ନବୀନ

୨୯ରେ ଶପଥ ନେବେ ନବୀନ

୨୯ରେ ଶପଥ ନେବେ ନବୀନ
ଭୁବନେଶ୍ୱର: ରାଜ୍ୟରେ ପଂଚମ ଥର ପାଇଁ ବିଜେଡି ୧୧୨ ବିଧାନ ସଭା ଆସନ ପାଇ ପୁଣି ବିଜୟ ଲାଭ କରିଛି । ଆସନ୍ତା ୨୯ତାରିଖରେ ନବୀନ କ୍ୟାବିନେଟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶୁକ୍ରବାର ରାଜଭବନ ଯାଇ ବଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନଙ୍କ ଇସ୍ତଫାକୁ ଗ୍ରହଣ କରି ନୂଆ ସରକାର ଗଠନ ପର୍ଯ୍ୟନ୍ତ ସରକାର ଚଳାଇବାକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷିରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି, ଆସନ୍ତା ରବିବାର ବିଜେଡି ଦଳର ନବ ନିର୍ବାଚିତ ବିଧାୟକ ଦଳ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସବସମ୍ମତି କ୍ରମେ ନେତା ନିର୍ବାଚିତ କରଯେିବ । ସେଦିନ ବିଜେଡି ଦଳର ନବ ନିର୍ବାଚିତ ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟତା ମୂଳକ ଭାବେ ନବୀନ ନିବାସରେ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।