ବିଜେଡି ସାଂଗଠନିକ ନିର୍ବାଚନ

ବିଜେଡି ସାଂଗଠନିକ ନିର୍ବାଚନ

ବିଜେଡି ସାଂଗଠନିକ ନିର୍ବାଚନ
ନିଯୁକ୍ତ ହେଲେ ୩୩ ରିଟର୍ଣ୍ଣିଂ ଅଫିସର ଭୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପାଇଁ ପ୍ରକି୍ରୟା ଆଗେଇଛି । ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ନିଯୁକ୍ତ ହୋଇଛନ୍ତି ରିଟର୍ଣ୍ଣିଂ ଅଫିସର । ବିଜେଡି ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି କରିଛନ୍ତି । ବିଜେଡି ପକ୍ଷରୁ କରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଅନୁଗୁଳ ଜିଲ୍ଲା ପାଇଁ ବାଉରୀବନ୍ଧୁ ମହାପାତ୍ର, ବାଲେଶ୍ୱର ପାଇଁ ପ୍ରଣବ କୁମାର ପଣ୍ଡା, ବରଗଡ଼ର ଅଶୋକ ବାରିକ, ଭଦ୍ରକରେ ଯତିକାନ୍ତ ନାୟକ ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପାଇଁ ସେକ ନିଜାମୁଦ୍ଧିନଙ୍କୁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି କରାଯାଇଛି । ସେହିପରି ମୋହନଲାଲ ଜୈନ-ବଲାଙ୍ଗୀର, ତପନ କୁମାର ଦଳେଇ-ବୌଦ୍ଧ, କଟକ-ମନୋରଞ୍ଜନ ଖଟୁଆ, ଦେବଗଡ଼-କାମାକ୍ଷାପ୍ରସାଦ ଗଙ୍ଗଦେବ, ଢେ଼ଙ୍କାନାଳ- ଧରମାନନ୍ଦ ବରାଳ, ଗଜପତି ପନ୍ତାଳ ପ୍ରସାଦ ରାଓ, ଗଞ୍ଜାମ-ପ୍ରମୋଦ ପାତ୍ର, ଜଗତସିଂହପୁର ଗୌତମ ପାଲିତ, ଝାରସୁଗୁଡ଼ା ସୟଦ ବେଗ୍, ଯାଜପୁର-ବାବାଜୀ ଚରଣ ଦାସ, କଳାହାଣ୍ଡି-ସୁନୀଲ କୁମାର ମୁଣ୍ଡ, କେନ୍ଦ୍ରାପଡ଼ା-ଧୀରେନ ସାହୁ, କେନ୍ଦୁଝର-ସଞ୍ଜୟ ମିଶ୍ର, ଖୋର୍ଦ୍ଧା-ରଶ୍ମିରଞ୍ଜନ ବ୍ରହ୍ମା, କନ୍ଧମାଳ-ବିରୁପାକ୍ଷ ପଣ୍ଡା, କୋରାପୁଟ-ନରେନ୍ଦ୍ର କୁମାର ସ୍ୱାଇ, ମୟୂରଭଞ୍ଜ-କୃଷ୍ଣଚନ୍ଦ୍ର ଦାସ, ମୟୂରଭଞ୍ଜ (ସଦର) -ମଙ୍ଗଳ ସିଂହ ମୁଡି, ମାଲକାନଗିିରି-ଡମ୍ବରୁ ସାସା, ନବରଙ୍ଗପୁର- ସଚ୍ଚିଦାନନ୍ଦ ସ୍ୱାଇଁ, ନୟାଗଡ଼-ଗଙ୍ଗାଧର ପଣ୍ଡା, ପୁରୀ-ଶ୍ରୀପିକାଶ ମିଶ୍ର, ରାଉରକେଲା-ସନ୍ତୋଷ ନାୟକ, ସମ୍ବଲପୁର-ଆର୍ତ୍ତତାଣ ମିଶ୍ର, ସୁବର୍ଣ୍ଣପୁର-ଶରତ ଚନ୍ଦ୍ର ଭୋଇ, ସୁନ୍ଦରଗଡ଼-ପ୍ରଦୀପ ମହାପାତ୍ର, ନୂଆପଡ଼ା-ମୁଲଚାନ୍ଦ ଫାନେ୍ଦ, ରାଗଡ଼ା-ବ୍ରଜସୁନ୍ଦର ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି କରାଯାଇଛି । ଗତ ସେପ୍ଟେମ୍ବର ୨ ତାରିଖରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ଏହାର ଅବଧିକୁ ଦୁଇ ଥର ବଢ଼ାଯାଇଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସଭ୍ୟସଂଗ୍ରହ ଅଭିଯାନ ଚାଲିବ । ଏହା ପରେ ଚୂଡ଼ାନ୍ତ ସଭ୍ୟ ତାଲିକା ପ୍ରକାଶ ପାଇବ ।