ବିଜେପି ଦଳରୁ ନିଲମ୍ବିତ ହେବେ ନେତା ।

ବିଜେପି ଦଳରୁ ନିଲମ୍ବିତ ହେବେ ନେତା ।

ବିଜେପି ଦଳରୁ ନିଲମ୍ବିତ ହେବେ ନେତା ।
ହରିୟାଣା ବିଜେପି ପକ୍ଷରୁ ପ୍ରଦେଶ କମିଟିର ବିଶେଷ ଆମନ୍ତ୍ରିତ ସଦସ୍ୟ ଏବଂ ସୁଗାରଫେଡର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରପ୍ରକାଶ କଥୁରିଆଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ବନ କରାଯାଇଛି । ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ରବିବାର ଏକ ଚିଠି ଜାରି କରି କଥୁରିଆଙ୍କୁ ଦଳରୁ ନିଲମ୍ବନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବିଜେପିର ପ୍ରଦେଶ କାର୍ଯ୍ୟାଳୟରେ ସଚିବ ଗୁଲସନ ଭାଟିଆ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କଥୁରିଆ କରନାଲ ଜିଲ୍ଲାର ବିଜେପି ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ପୂର୍ବରୁ ସେ କୌଣସି ବିବାଦର ପରିସରକୁ ଆସି ନଥିଲେ । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଚଣ୍ଡିଗଡ଼ର ସେକ୍ଟର ୬୩ ରେ ଥିବା ନିଜର ଜଣେ ବାନ୍ଧବୀଙ୍କ ଫ୍ଲାଟକୁ ସେ ଯାଇଥିଲେ । ସେ ସମୟରେ କେହି ଜଣେ ଆସିଯିବାରୁ ସେ ବାଲକୋନିରୁ ତଳକୁ ଓହ୍ଲାଇବା ଲାଗି ପ୍ରୟାସ କରୁଥିବା ସମୟରେ ଖସି ପଡ଼ିଥିଲେ । ଏହା ଯୋଗୁଁ ସେ ଗୁରୁତର ଆହତ ହୋଇଥିବା ବେଳେ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ତାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବାରୁ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।