ଜ୍ୟୋତି କୁମାରୀଙ୍କ ହେବ ସାଇକେଲ ପରୀକ୍ଷା ।

ଜ୍ୟୋତି କୁମାରୀଙ୍କ ହେବ ସାଇକେଲ ପରୀକ୍ଷା ।

ଜ୍ୟୋତି କୁମାରୀଙ୍କ ହେବ ସାଇକେଲ ପରୀକ୍ଷା ।
ନୂଆଦିଲ୍ଲୀ: ଲକଡାଉନ ସମୟରେ ବିହାରର ଜ୍ୟୋତି କୁମାରୀ ହରିୟାଣାର ଗୁରୁଗାଓଁରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ୧୨୦୦ କିମି ରୁ ଅଧିକ ଦୂର ସାଇକଲ ଚଳାଇ ନିଜ ବାପାଙ୍କ ସହିତ ଘରକୁ ଫେରି ଆସିଥିଲେ । ଏହି ଯାତ୍ରା ସେ ୭ ଦିନରେ ଶେଷ କରିଥିଲେ । ଯାହାକୁ ନେଇ ସାରା ଦେଶରେ ଜ୍ୟୋତି ବେଶ ଚର୍ଚ୍ଚାରେ ରହିଥିଲେ । ତାଙ୍କ ସାଇକଲ ଚାଳନା ଦକ୍ଷତା ପରୀକ୍ଷା କରିବାକୁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରୀଡ଼ାମନ୍ତ୍ରୀ ରିଜିଜୁ ଟ୍ୱିଟ କରି କହିଛନ୍ତି ଯେ, ଜ୍ୟୋତି କୁମାରୀଙ୍କ ଦକ୍ଷତାକୁ ଦେଖିବା ପରେ ସାଇକେଲ ଚାଳନାର ନୂଆ ସମ୍ଭାବନା ଦେଖିବାକୁ ମିଳିଛି । ତାଙ୍କ ନିକଟରେ ଯଦି ସମ୍ଭାବନା ଥାଏ ତାଙ୍କୁ ନୂଆଦିଲ୍ଲୀର ଆଇଜି ଷ୍ଟାଡିୟମ କମ୍ପେ୍ଲକ୍ସରେ ଥିବା ଜାତୀୟ ସାଇକେଲ ଏକାଡେମୀରେ ପ୍ରଶିକ୍ଷକ ଭାବେ ମନୋନୟନ କରାଯିବା ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି । ସୂଚନା ଯୋଗ୍ୟ ଜ୍ୟୋତିକୁମାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଇଛି । ସାମାଜିକ ଗଣମାଧ୍ୟମରେ ଜ୍ୟୋତିଙ୍କ ଭିଡିଓ ଭାଇରାଲ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଝିଅ ଇଭାଙ୍କା ଟ୍ରମ୍ପ ଟ୍ୱିଟ କରି ଜ୍ୟୋତିଙ୍କୁ ପ୍ରଶଂସା କରିଛନ୍ତି ।