ଦାମ ରାଉତଙ୍କୁ ସୁଯୋଗ ଦିଆଯାଇଥିଲା: ଅରୁଣ ସିଂହ

ଦାମ ରାଉତଙ୍କୁ ସୁଯୋଗ ଦିଆଯାଇଥିଲା: ଅରୁଣ ସିଂହ

ଦାମ ରାଉତଙ୍କୁ ସୁଯୋଗ ଦିଆଯାଇଥିଲା: ଅରୁଣ ସିଂହ
ଭୁବନେଶ୍ୱର: ଦାମ ରାଉତଙ୍କୁ ବିଜେପି ଅଣଦେଖା କରିନାହିଁ । ବରଂ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା । ଏପରିକି ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ମାତ୍ର ଏହା ନୁହେଁ ଯେ ଗୋଟିଏ ବ୍ୟକ୍ତିଙ୍କୁ ଦଳ ସବୁବେଳେ ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ତେଣୁ ଯେତେବେଳେ ଦଳ କାହାକୁ ଟିକେଟ୍ ଦେଉଛି ତେବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଲା କି ତାଙ୍କର ଦଳ ପ୍ରତି ସମର୍ପଣ ଭାବ ରହିବା ଜରୁରୀ । ବିଜେପିରୁ ଇସ୍ତଫା ଦେବା ଦାମ ରାଉତଙ୍କର ଏହା ନିଜସ୍ୱ ନିଷ୍ପତି । ଦାମବାବୁଙ୍କର ବୟସ ହୋଇଯାଇଛି, ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ । ତେଣୁ ଯଦି ସେ ରାଜନୀତିରୁ ସନ୍ୟାସ ନେଇ ସମାଜ ସେବା କରିବାକୁ ମନ ବଳାଇଛନ୍ତି ତେବେ ତାଙ୍କୁ ଶୁଭକାମନା ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ଦାମ ରାଉତଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ଅରୁଣ ସିଂ ଆହୁରୀ ମଧ୍ୟ କହିଛନ୍ତି ଯେ, ଦାମ ଯେଉଁ ଅଭିଯୋଗ ଆଣିଛନ୍ତି ଯେ ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଇଛି ବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଇନାହିଁ ବୋଲି ତେବେ ଦଳୀୟ କାର୍ଯ୍ୟକ୍ରମରେ କାହାକୁ ଡକାଯାଏନି ବରଂ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତ ନେତା ଏବଂ କର୍ମୀଙ୍କୁ ନିଜେ ଯିବାକୁ ପଡେ ବୋଲି ଅରୁଣ ସିଂହ କହିଛନ୍ତି ।