ଡିସେମ୍ବରରେ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ

ଡିସେମ୍ବରରେ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ

ଡିସେମ୍ବରରେ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ
ଭୁବନେଶ୍ୱର : ବିଜେପିର ସାଂଗଠନିକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ସେପ୍ଟେମ୍ବର ୧୫ ରୁ ବୁଥସ୍ତରୀୟ ନିର୍ବାଚନ ପ୍ରକି୍ରୟା ଆରମ୍ଭ ହେବ । ଡିସେମ୍ବରରେ ରାଜ୍ୟ ସଂଗଠନର ନିର୍ବାଚନ ହେବ । ନୂଆ ସଭାପତି ଦାୟିତ୍ୱ ଗ୍ରହଣ କରିବେ । ଏଥିପାଇଁ ଦଳ ପକ୍ଷରୁ ଆଜି ଏକ କର୍ମଶାଳା ଆୟୋଜନ କରାଯାଇ ଆବଶ୍ୟକ ପ୍ରସ୍ତୁତି କରାଯାଇଛି । କର୍ମଶାଳାରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ତଥା ସାଂସଦ ବିନୋଦ ସୋନକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଦସ୍ୟତା ଅଭିଯାନର ସମୀକ୍ଷା କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ବିଭିନ୍ନ ସ୍ତରରେ ହେବାକୁ ଥିବା ସ୍ଥାନୀୟ ବୁଥ କମିଟି, ମଣ୍ଡଳ କମିଟି ଓ ରାଜ୍ୟ କମିଟି ନିର୍ବାଚନ ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଥିଲା । ଆଗାମୀ ସେପ୍ଟେମ୍ବରର ୮ ରୁ ୧୪ ତାରିଖ ପର୍ଯ୍ୟ୍ୟନ୍ତ ସମସ୍ତ ଜିଲ୍ଲାରେ ଏପରି କର୍ମଶାଳା ଆୟୋଜନ ହେବ, ଯେଉଁଥିରେ ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ କାର୍ଯ୍ୟକର୍ତ୍ତା ଯୋଗଦେବେ । ସେପ୍ଟେମ୍ବର ୧୫ ରୁ ୨୨ ତାରିଖ ମଧ୍ୟରେ ସମସ୍ତ ବୁଥରେ ନିର୍ବାଚନ ପ୍ରକି୍ରୟା ଅନୁଷ୍ଠିତ ହେବ । ଜିଲ୍ଲା ସ୍ତରରେ ୩ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକୁ ପରିଚାଳନା କରିବେ । ଅକ୍ଟୋବର ୨୨ ରୁ ୩୧ ପର୍ଯ୍ୟନ୍ତ ମଣ୍ଡଳସ୍ତରୀୟ ନିର୍ବାଚନ ହେବ । ସେହିପରି ନଭେମ୍ବରରେ ଜିଲ୍ଲାସ୍ତରୀୟ ଓ ଡିସେମ୍ବରରେ ରାଜ୍ୟସ୍ତରୀୟ ନିର୍ବାଚନ ହେବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ଦଳ ପକ୍ଷରୁ କୁହାଯାଇଛି ବିଜେପିର ସର୍ବଭାରତୀୟ ସ୍ତରରେ ୧୬ କୋଟିରୁ ଅଧିକ ଲୋକ ସଦସ୍ୟତା ଗ୍ରହଣ କରିଛନ୍ତି । ତାହା ମଧ୍ୟରୁ ଓଡ଼ିଶାରେ ଅଛନ୍ତି ୫୦ ଲକ୍ଷରୁ ଅଧଢ଼କ ଲୋକ । ରାଜ୍ୟରେ ଥିବା ୩୭ ହଜାର ବୁଥରେ ନିର୍ବାଚିତ କମିଟି ଗଣତାନ୍ତ୍ରିକ ପ୍ରକି୍ରୟାରେ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି । ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ କହିଥିଲେ ବିଜେପି ଗଣତାନ୍ତ୍ରିକ ପଦ୍ଧତିରେ ବୁ୍ଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ନିର୍ବାଚିତ ହୋଇଥାନ୍ତି । ସକି୍ରୟ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ବିଭିନ୍ନ ସ୍ତରରେ ସଭାପତି କରାଯିବ । କର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ, ସଦସ୍ୟତା ଅଭିଯାନରେ ରାଜ୍ୟ ସଂଯୋଜକ ଅନନ୍ତ ନାୟକ, ସହ ସମ୍ପାଦକ ତଥା ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ପୂର୍ବତନ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।