ଆଜି ଶକ୍ତିପରୀକ୍ଷା ଦେବେ ଗୋଆ ମୁଖ୍ୟମନ୍ତ୍ରୀ

ଆଜି ଶକ୍ତିପରୀକ୍ଷା ଦେବେ ଗୋଆ ମୁଖ୍ୟମନ୍ତ୍ରୀ

ଆଜି ଶକ୍ତିପରୀକ୍ଷା ଦେବେ ଗୋଆ ମୁଖ୍ୟମନ୍ତ୍ରୀ
ପାନାଜୀ : ଲୋକପ୍ରିୟ ନେତା ମନୋହର ପାରିକରଙ୍କର ପରଲୋକ ପରେ ଗୋଆ ରାଜନୀତି ଉଷ୍ମ ହୋଇଯାଇଛି । ଗୋଟିଏ ପଟେ ବିଜେପି ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାବେଳେ ଅପରପକ୍ଷରେ କଂଗ୍ରେସ ମଧ୍ୟ ସରକାର ଗଠନ ପାଇଁ ଦାବି କରିଛି । ଏହି ପରିପ୍ରେକ୍ଷୀରେ ଆଜି ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ । ଗୋଆ ବିଧାନସଭାରେ ୪୦ ଆସନ ରହିଥିବାବେଳେ ତାଙ୍କ ସପକ୍ଷରେ ୨୧ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଶ୍ରୀ ସାୱନ୍ତ ଦାବି କରିଛନ୍ତି । ବିଜେପିର ୧୨ ବିଧାୟକ ଥିବାବେଳେ ଗୋଆ ଫରୱାଡର଼୍ ପାର୍ଟି ଓ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ଜଣ ଲେଖାଏଁ ବିଧାୟକ ରହିଛନ୍ତି । ସେହିପରି ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସାୱନ୍ତ ସରକାରଙ୍କୁ ସହଯୋଗ କରୁଛନ୍ତି । ଅପରପକ୍ଷରେ କଂଗ୍ରେସର ୧୪ ଜଣ ବିଧାୟକ ଥିବାବେଳେ ଦଳ ମଧ୍ୟ ସରକାର ଗଢ଼ିବା ପାଇଁ ଦାବି କରିଛି । ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଏନସିପିର ସହଯୋଗ ନେବାପାଇଁ ଦଳ ଆଶା ବାନ୍ଧିବସିଛି ।