ବିଜେପୁର ପାଇଁ ୩୦ରେ ପ୍ରାର୍ଥିପତ୍ର ଦାଖଲ: ନିରଞ୍ଜନ

ବିଜେପୁର ପାଇଁ ୩୦ରେ ପ୍ରାର୍ଥିପତ୍ର ଦାଖଲ: ନିରଞ୍ଜନ

ବିଜେପୁର ପାଇଁ ୩୦ରେ ପ୍ରାର୍ଥିପତ୍ର ଦାଖଲ: ନିରଞ୍ଜନ
ଭୁବନେଶ୍ୱର : ଆସନ୍ତା ୩୦ ତାରିଖ ଦିନ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ପ୍ରାର୍ଥିପତ୍ର ଦାଖଲ କରିବେ । ଆଜି ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଉପନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ଦିନ କଂଗ୍ରେସ ତାର ପ୍ରାର୍ଥିପତ୍ର ଦାଖଲ କରିବ । ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ କରାଯିବ । ଏହା ସହିତ ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ କଂଗ୍ରେସ ନେତା ଓ କର୍ମୀ ଦଳ ବିରୋଧୀ ମତ ଓ ମନ୍ତବ୍ୟ ଦେଇ ଦଳର ଭାବମୂର୍ତ୍ତିକୁ ମଳିନ କରିଛନ୍ତି କିମ୍ବା ଦଳ ପାଇଁ କିଛି କାମ କରିନାହାନ୍ତି ସେମାନଙ୍କୁ ଆଗାମୀ ଦିନରେ ପୁନର୍ଗଠିତ ହେବାକୁ ଥିବା ଦଳର ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିରେ ସ୍ଥାନ ଦିଆଯିବନି ।