ବିଜେପିରେ ମିଶିବେ ମିଥୁନ ଦାଦା !

ବିଜେପିରେ ମିଶିବେ ମିଥୁନ ଦାଦା !

ବିଜେପିରେ ମିଶିବେ ମିଥୁନ ଦାଦା !
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଂଚିଲେଣି । ଆଗାମୀ ୧୭ରୁ ଆରମ୍ଭ ହେବ ନିର୍ବାଚନ ମହାସମର । ଚଳିତ ନିର୍ବାଚନରେ ଫିଲ୍ମ ତାରକାଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିବ । ବଲିଉଡର ଲୋକପ୍ରି୍ରୟ ଅଭିନେତା ମିଥୁନ ଚକ୍ରବର୍ତୀ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଏହି ସସ୍ପେନ୍ସ ଉପରୁ ପରଦା ଉଠିବ । ସେଦିନ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ର୍ୟାଲିରେ ମିଥୁନ ଉପସ୍ଥିତ ରହିବେ ବୋଲି ଚର୍ଚ୍ଚା ହେଉଛି ।