ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର : ନବୀନ

ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର : ନବୀନ

ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର : ନବୀନ
ଭୁବନେଶ୍ବର : ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ନେଇ “୫ଟି ଓ ମୋ ସରକାର” କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିବସରେ ରାଜ୍ୟରେ ପାଖାପାଖି ୩୦୦୦ ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କରିଛନ୍ତି। କେବଳ ସେତିକି ନୁହେଁ, ଏକଥା ବି କହିଛନ୍ତି ଯେ ଏହାଦ୍ବାରା ୮୦୦୦ ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇବେ। ଏଥିସହିତ ଓଡ଼ିଶା ଵାନ୍ ପୋର୍ଟାଲ ବି ଲୋକାର୍ପିତ ହୋଇଛି। ସହରବାସୀ ତଥା କମ୍ପ୍ୟୁଟର ଜାଣିଥିବା ଲୋକମାନଙ୍କ ପାଇଁ ଏହା ସେବା ଯୋଗାଇବାରେ ସହାୟକ ହେବ। ଉଭୟ କାର୍ୟ୍ୟକ୍ରମ ସରକାରଙ୍କ ‘୫ଟି’ କାର୍ୟ୍ୟକ୍ରମର ଅଂଶବିଶେଷ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଆଉ ତହସିଲ୍ କିମ୍ବା ବ୍ଲକ୍‌ କାର୍ୟ୍ୟାଳୟକୁ ବିଭିନ୍ନ ସେବା ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଲୋକଙ୍କ କଷ୍ଟରୁ ଫାଇଦା ଉଠାଇପାରିବେ ନାହିଁ ଦଲାଲ। ବରଂ ଏଣିକି ସାଧାରଣ ଲୋକଟିଏ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ। ଏଥିପାଇଁ ରାଜ୍ୟର ସମସ୍ତ ପଞ୍ଚାୟତରେ ଖୋଲିବ ‘ମୋ ସେବା କେନ୍ଦ୍ର’। ‘ମୋ ସେବା କେନ୍ଦ୍ର’ର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମତବିନିମୟ କରିଥିଲେ। ସେମାନେ ରାଜ୍ୟସରକାରଙ୍କ ଏହି କାର୍ୟ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ।