ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ଦେଲେ ମାସିକିଆ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ଦେଲେ ମାସିକିଆ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ଦେଲେ ମାସିକିଆ ରିପୋର୍ଟ
ଭୁବନେଶ୍ୱର: ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ରାଜ୍ୟ ପ୍ରଶାସନକୁ ଚଳଚଞ୍ଚଳ କରିବା ନିମନ୍ତେ ସରକାରୀସ୍ତରରେ ତପôରତା ପ୍ରକାଶ ପାଇଛି । ନୂଆ ସରକାର ଗଠନ ପରେ ପ୍ରତି ମାସରେ ବିଭାଗ ପକ୍ଷରୁ ଉନ୍ନତିମୂଳକ କାର୍ଯ୍ୟକରାଯାଇଛି ଏବଂ ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟ କେତେ ବାଟ ଆଗେଇଛି ସେ ସମ୍ପର୍କରେ ପ୍ରତି ମାସରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତଦନୁସାରେ ନୂଆ ମନ୍ତ୍ରୀମାନେ ସେମାନଙ୍କ ବିଭାଗୀୟ ମାସିକ ସମୀକ୍ଷା ରିପୋର୍ଟ ଆଦି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବା ଦିଗରେ କଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ତାଙ୍କୁ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲେ । ମେ’୨୯ ରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରିମଣ୍ଡଳ ବୈଠକରେ ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରରେ ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯାଇଥିଲା । ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପୂର୍ବରୁ ୩ଟି ମନ୍ତ୍ର ଟିମ ୱାର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜିକୁ ନେଇ କାର୍ଯ୍ୟ କରିବାକୁ କହିଥିବା ବେଳେ ଏଥିରେ ଆଉ ଦୁଇଟି ମନ୍ତ୍ରୀ ଟ୍ରାନ୍ସଫରମେସନ ଓ ଟାଇମ (ସମୟ) କୁ ଅନ୍ତର୍ଭୁକ୍ତ କରି ପଞ୍ଚସୂତ୍ରୀ ମନ୍ତ୍ର ଆଧାରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଗରିବୀ ଦୂର କରିବା ମହିଳାଙ୍କ ବିକାଶ ଓ ଅଭିବୃଦ୍ଧିରେ ସମାନ ଭାଗୀଦାରି, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଓ ଯୁବକମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ଏକ ସଶକ୍ତ ଓଡ଼ିଶା ଗଠନ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁସାରେ ଗଣଶିକ୍ଷା ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି ଗ୍ରାମ୍ୟ ଉନ୍ନୟନ ଭଳି ବହୁ ବିଭାଗୀୟ ମନ୍ତ୍ରୀ ଗତମାସରେ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ରିପୋର୍ଟ ରଖିଛନ୍ତି । ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଆଗାମୀ ଦିନରେ ଶିକ୍ଷାକ୍ଷେତ୍ରରେ ବ୍ୟାପାର ସଂସ୍କାର ଆଣିବାକୁ ଯୋଜନା କରାଯାଇଛି । ଏହାକୁ ନେଇ ପଞ୍ଚମ ଓ ସପ୍ତମରୁ ଏଣିକି ପାସ୍ ଫେଲ ବ୍ୟବସ୍ଥା ଲାଗୁ କରିବା ଏବଂ ଛାତ୍ରଛାତ୍ରୀ ଯେଭଳି ଇଂରାଜୀ ପଢ଼ିବେ ଏବଂ କହିପାରିବେ ସେ ନେଇ ‘ସ୍ପୋକନ ଇଂରାଜୀ’ ପାଠ୍ୟକ୍ରମ କାର୍ଯ୍ୟକାରୀ କରାଯିବାକୁ ଯୋଜନା ରହିଛି । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ରରେ କିଭଳି ମହିଳାମାନଙ୍କୁ ସାମିଲ କରାଯାଇ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରାଯାଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଆଗାମୀ ଦିନରେ ଅପହଞ୍ଚ ଇଲାକାକୁ ସମାଜର ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ଆଭିମୁଖ୍ୟ ଥିବା କହିଛନ୍ତି ।