ବିଜେପି କାଣ୍ଡାଙ୍କ ସମର୍ଥନ ନେବନାହିଁ : ରବିଶଙ୍କର

ବିଜେପି କାଣ୍ଡାଙ୍କ ସମର୍ଥନ ନେବନାହିଁ : ରବିଶଙ୍କର

ବିଜେପି କାଣ୍ଡାଙ୍କ ସମର୍ଥନ ନେବନାହିଁ : ରବିଶଙ୍କର
ଚଣ୍ଡିଗଡ଼: ବିଜେପି ହରିୟାଣା ଲୋକହିତ ପାର୍ଟି ବିଧାୟକ ଗୋପାଳ କାଣ୍ଡାଙ୍କ ସମର୍ଥନ ନେବନାହିଁ । ହରିୟାଣାରେ ସରକାର ଗଠନ କରିବାପାଇଁ ବିଜେପିକୁ କାଣ୍ଡା ନିଃସର୍ତ୍ତ ସମର୍ଥନ ଦେବାପରେ ଏହାକୁ ନେଇ ବିରୋଧୀ ଦଳ ନେତାମାନେ ବିଜେପିକୁ ଘେରିଥିଲେ । ବିଜେପି ନେତ୍ରୀ ଉମା ଭାରତୀ ମଧ୍ୟ ଦଳକୁ ଚେତାଇ ଦେଇ କହିଥିଲେ ଯେ ଦଳ ନୈତିକ ମୂଲ୍ୟବୋଧକୁ ଭୁଲିଯିବା ଉଚିତ ନୁହେଁ । ଆଜି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କାଣ୍ଡାଙ୍କ ବାବଦରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ବିଜେପି କାଣ୍ଡାଙ୍କ ସମର୍ଥନ ନେବାର ପ୍ରଶ୍ନ ଉଠୁନାହିଁ । ହରିୟାଣାରେ ସରକାର ଗଠନ ପାଇଁ କାଣ୍ଡାଙ୍କ ସମର୍ଥନ ଉପରେ ବିଜେପି କେବେ ବି ନିର୍ଭର କରିବ ନାହିଁ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି ।