କୋରାପୁଟ ବିଜେଡ଼ିରେ ଫାଟ, ତଥାପିବି ବିଜେଡ଼ି ଜିତିଲା

କୋରାପୁଟ ବିଜେଡ଼ିରେ ଫାଟ, ତଥାପିବି ବିଜେଡ଼ି ଜିତିଲା

କୋରାପୁଟ ବିଜେଡ଼ିରେ ଫାଟ, ତଥାପିବି ବିଜେଡ଼ି ଜିତିଲା
ଭୁବନେଶ୍ୱର : କୋରାପୁଟ ବିଜେଡ଼ିରେ ସବୁକିଛି ଠିକ ଚାଲିନାହିଁ । ଯାହାର ନଜିର ଆଜି ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ବେଳେ ଫାଟ ଜଳଜଳ କରି ପଦାକୁ ଆସିଛି । ଏମିତିକି ହାଇକମାଣ୍ଡଙ୍କ ନିଷ୍ପତିକୁ ବି ଚ୍ୟାଲେଞ୍ଜ କରିଛନ୍ତି ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ । ଯାହା ଏବେ କୋରାପୁଟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସଂଖ୍ୟାଧିକ ଜିଲ୍ଲା ପରିଷଦ ସଭ୍ୟ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ଦଳର ଟେକ ରହିପାରିଛି । ମଙ୍ଗଳବାର କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ପଦବୀ ପାଇଁ ଦଳ ପକ୍ଷରୁ ନାର୍ସାଲ ମାମୁଡ଼ିଙ୍କୁ ପ୍ରାର୍ଥୀ କରାଯାଇଥିଲା । ତେବେ ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ପାର୍ବତୀ ମସ୍ତି ପ୍ରାର୍ଥୀ ହୋଇଥିଲେ । ଫଳରେ ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ତେବେ ଦଳୀୟ ପ୍ରାର୍ଥୀ ନାର୍ସାଲ ୧୬ ଖଣ୍ଡ ଭୋଟ ପାଇଥିବାବେଳେ ପାର୍ବତୀଙ୍କୁ ୮ ଖଣ୍ଡ ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ଅପରପକ୍ଷରେ ପାର୍ବତୀଙ୍କୁ କୋରାପୁଟ ଜିଲ୍ଲା ସଭାପତି ନିଲମ୍ବିତ କରିଛନ୍ତି ।