ପ୍ରଥମ ପର୍ଯ୍ୟାୟ ମତଦାନ ୧୧ରେ : ନାମାଙ୍କନ ପତ୍ର ଦାଖଲ କଲେ ସମସ୍ତ ଦଳର ପ୍ରାର୍ଥୀ
ପ୍ରଥମ ପର୍ଯ୍ୟାୟ ମତଦାନ ୧୧ରେ : ନାମାଙ୍କନ ପତ୍ର ଦାଖଲ କଲେ ସମସ୍ତ ଦଳର ପ୍ରାର୍ଥୀ
admin
Mar 26, 2019 - 06:12
Updated: Mar 26, 2019 - 06:12
ଜୟପୁର: ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ସବୁଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜୟପୁର ଓ କୋଟପାଡ ନିର୍ବାଚନମଣ୍ଡଳି ପାଇଁ ୩ ପ୍ରମୁଖ ଦଳ ସହ ଅନ୍ୟ ଦଳର ପ୍ରାର୍ଥି ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ନିମନ୍ତେ ଯିବା ସମୟରେ ବିଜେଡି, କଂଗ୍ରେସ , ବିଜେପି ଓ ବିଏସପି ତରଫରୁ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ବାହାରି ଉପ ଜିଲାପାଳ କାର୍ଯ୍ୟାଳୟରେ ପହଂଚି ଥିଲା । ବିଜେଡିର ପ୍ରାର୍ଥି ରବି ନାରାୟଣ ନନ୍ଦ ପଂଚାନନ ମନ୍ଦିରରୁ ପୂଜା କରି ଘୋଡାଶାଳ ପଡିଆ ଠାରୁ ଶୋଭାଯାତ୍ରାରେ ବାହାରିଥିବା ବେଳେ କଂଗ୍ରେସ ପ୍ରାର୍ଥି ତାରା ପ୍ରସାଦ ବାହିନିପତି ପ୍ରସିଦ୍ଧ ଉତରମୁଖି ବଲ୍ଲଭ ନାରାୟଣ ଓ ଜଗନ୍ନାଥଙ୍କ ଆର୍ଶିବାଦ ନେଇ ରଜାନହର ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ବିଜେପି ପ୍ରାର୍ଥି ଗୌତମ ସାମନ୍ତରାୟ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଆର୍ଶିବାଦ ନେଇ ସୂର୍ଯ୍ୟ ମହଲରୁ ଶୋଭାଯାତ୍ରାରେ ବାହାରି ଉପ ଜିଲାପାଳ କାର୍ଯ୍ୟାଳୟରେ ପହଂଚିଥିବା ବେଳେ ବିଏସପି କୃଷ୍ଣ ସଗରିଆ ମୁଖ୍ୟ ରାସ୍ତାରେ ଯାଇ ଉପ ଜିଲାପାଳ କାର୍ଯ୍ୟାଳୟରେ ପହଂଚି ଥିଲେ । ସେହିପରି କୋଟପାଡ ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସର ଚନ୍ଦ୍ରଶେଖର ମାଝି, ବିଜେଡି ପ୍ରାର୍ଥୀ ପଦ୍ମିନୀ ଦିଆନ ଓ ବିଜେପି ପ୍ରାର୍ଥୀ ଖଗେଶ୍ୱର ନାୟକ ନାମାଙ୍କନ ପତ୍ର ଉପଖଣ୍ଡ ନିର୍ବାଚନ ଅଧିକାରିଙ୍କ ନିକଟରେ ଦାଖଲ କରିଛନ୍ତି ।
ଜିଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାରେ ୩ ପ୍ଲାଟୁନ ବିଏସଏଫ, ୨ ପ୍ଲାଟୁନ ଡିଭିପି, ଜିଲା ପୋଲିସର ୨ ପ୍ଲାଟୁନ ଫୋର୍ସ , ଅଫିସର ୨୫, ଏଡିସନାଲ ଏସପି ଜଣେ ଓ ଡିଏସପି ୨ ଜଣ ନିୟୋଜିତ ଥିଲେ । କଂଗ୍ରେସ ତରଫରୁ ୩୦ ହଜାରରୁ ଅଧିକ କର୍ମୀ ସମାବେଶରେ ସାମିଲ ହୋଇଥିବା ବେଳେ ବିଜେପିର ୫ ହଜାର ଓ ବିଜେଡିର ୧୦ ହାଜରରୁ ଅଧିକ ଲୋକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରାର୍ଥୀ ମାନେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।