୩୦ରେ ଦିନକ ପାଇଁ ବାତିଲ ରହିବ ଗରିବ ରଥ ଏକ୍ସପ୍ରେସ

୩୦ରେ ଦିନକ ପାଇଁ ବାତିଲ ରହିବ ଗରିବ ରଥ ଏକ୍ସପ୍ରେସ

୩୦ରେ ଦିନକ ପାଇଁ ବାତିଲ ରହିବ ଗରିବ ରଥ ଏକ୍ସପ୍ରେସ
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନ ରେ ନିରାପତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ନଅ ଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଅଛି । ପୁରୀଠାରୁ ଛାଡିବାକୁ ଥିବା ୨୨୮୮୩ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୨୯ ତାରିଖରେ ଏବଂ ଯଶୋବନ୍ତପୁର ଠାରୁ ଛାଡିବାକୁ ଥିବା ୨୨୮୮୪ ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୩୦ ତାରିଖରେ ବାତିଲ ରହିବ । ସେହିପରି ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମାର୍ଚ୍ଚ ମାସ ୨୭ ତାରିଖରୁ ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ମାର୍ଚ୍ଚ ମାସ ୨୮ ତାରିଖରୁ ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସ.ଏସ.ପି.ଏନ) ମଧ୍ୟରେ ଚଳାଚଳ କରିବ ଏବଂ ଏସ.ଏସ.ପି.ଏନ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ । ଏହି ଟ୍ରେନ ପାଇଁ ସଂରକ୍ଷଣ ଟିକେଟ କରିଥିବା ଯାତ୍ରୀମାନଙ୍କୁ ପୃଥକ ପୃଥକ ଭାବେ ମୋବାଇଲ ଫୋନ ଏସ.ଏମ.ଏସ. ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ବାତିଲ ହୋଇଥିବା ଟ୍ରେନ ର ସଂରକ୍ଷିତ ଟିକେଟ ବାବଦରେ ସମସ୍ତ ପାଉଣା ଫେରସ୍ତ କରାଯିବ ବୋଲି କୁହାଯାଇଅଛି ।