ବଦଳିଲେ ୨୨ ତହସିଲଦାର
ବଦଳିଲେ ୨୨ ତହସିଲଦାର
admin
Nov 12, 2019 - 09:41
Updated: Nov 12, 2019 - 09:41
ଭୁବନେଶ୍ୱର: ରାଜସ୍ୱ ବିଭାଗ ପକ୍ଷରୁ ସୋମବାର ୨୨ ଜଣ ତହସିଲଦାର ଏବଂ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି । ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ କାଶୀପୁର ତହସିଲଦାର ସୌଭାଗ୍ୟ ବେହେରାଙ୍କୁ ଦଶରଥପୁରକୁ ବଦଳି ଯାଇଥିବା ବେଳେ ଦୟାମାୟା ପାଢ଼ିଙ୍କୁ ବ୍ରହ୍ମପୁରରେ ପୁନଃ ଅବସ୍ଥାପିତ କରାଯାଇଛି । ସେହିପରି ରୂପା ଲିକା ଦାଶଙ୍କୁ ରଘୁନାଥପୁର ତହସିଲ, ବରେଣ୍ୟନ୍ଦୁ ମହାନ୍ତିଙ୍କୁ ଦର୍ପଣ, ନିରଞ୍ଜନ ବେହେରାଙ୍କୁ ଟାଙ୍ଗି ଚୌଦ୍ୱାର, ଆଲୋକ କୁମାର ପ୍ରଧାନଙ୍କୁ ଭଞ୍ଜନଗର, ଦୀନମଣି ନାୟକଙ୍କୁ ଫୁଲବାଣୀ, ପ୍ରଭାଜ କୁମାର ବେହୁରାଙ୍କୁ କୁଜଙ୍ଗ, ରମେଶ ଚନ୍ଦ୍ର ପଣ୍ଡାଙ୍କୁ ତିହିଡ଼ି, ଅନିତା ନାୟକଙ୍କୁ ଜଳେଶ୍ୱର, ଶରତ ଚନ୍ଦ୍ର ମହାପାତ୍ରଙ୍କୁ ବ୍ୟାସନଗର, ସ୍ୱଦୀପ କୁମାର ଟପ୍ପୋଙ୍କୁ ସବଡେଗା, ଭିକ୍ଟୋରିଆ ଏକ୍କାଙ୍କୁ ହେମଗିରି, ପ୍ରମୋଦ କୁମାର ଦଳବେହେରାଙ୍କୁ ଆସ୍କା ତହସିଲକୁ ବଦଳି ଯାଇଛି । ଏହାବାଦ ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ସୋର, ଦେବୀ ପ୍ରସାଦ ଦାସଙ୍କୁ ଖୁଣ୍ଟା, ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ନିମାପଡ଼ା, ଲଲାଟେନ୍ଦୁ ସିଂଙ୍କୁ ରାଉରକେଲା, ସନତ କୁମାର ନାୟକଙ୍କୁ ବୌଦ୍ଧ, ପ୍ରଦୀପ କୁମାର ସାହୁଙ୍କୁ ଭୁବନେଶ୍ୱର, ସମ୍ବିତ କୁମାର ଗଡ଼ନାୟକଙ୍କୁ କଟକ, ପ୍ରତିଭା ପୃଷ୍ଟିଙ୍କୁ ଝୁମ୍ପୁରାକୁ ବଦଳି କରାଯାଇଛି । ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ଏଲଏଓ ଏବଂ ଆକାଂକ୍ଷା ଅଭିଜିତଙ୍କୁ ଭୁବନେଶ୍ୱର ଏଡିଏମ କାର୍ଯ୍ୟାଳୟର ଏଲଆରଓ ଭାବେ ନିଯୁକ୍ତି ଦିଆଯାଇଛି ।
ସେହିପରି ରାଜ୍ୟର ବିଭିନ୍ନ ଚିଲ୍ଲା, ବ୍ଲକ ଓ ତହସିଲଦାର ଡେପୁଟି କଲେକ୍ଟର, ତହସିଲଦାର ଓ ବିଡିଓ ଭାବେ କାର୍ଯ୍ୟରତ ୫୮ ଜଣ ଓଏଏସ୍ଙ୍କ ବଦଳି କରାଯାଇଛି ।