ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
କେନ୍ଦୁଝର : କେନ୍ଦୁଝର ଜିଲାସ୍ଥିତ ଆନନ୍ଦପୁରର ଘସିପୁରା ଥାନା ଅନ୍ତର୍ଗତ ଅଧୀନ ବାରିଗାଁରେ ବୁଧବାର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହାଣି ଗୁରୁତର ଆହତ କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଘସିପୁରା ଥାନା ବାରିଗାଁ ନିକଟ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଆନନ୍ଦପୁର ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା କୁହାଯାଉଛି। ଆହତ ମହିଳାଙ୍କୁ ପ୍ରଥମେ ଆନନ୍ଦପୁର ଡ଼ାକ୍ତରଖାନାରେ ଭିର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି।