ରାଜ୍ୟସଭା ପାଇଁ ଓଡିଶାରୁ ସ୍ୱାଧିନ ପ୍ରାର୍ଥୀ ଚୟନ ।

ରାଜ୍ୟସଭା ପାଇଁ ଓଡିଶାରୁ ସ୍ୱାଧିନ ପ୍ରାର୍ଥୀ ଚୟନ ।

ରାଜ୍ୟସଭା ପାଇଁ ଓଡିଶାରୁ ସ୍ୱାଧିନ ପ୍ରାର୍ଥୀ ଚୟନ ।
ନୂଆଦିଲ୍ଲୀ: ରାଜ୍ୟସଭାରେ ଝାଡ଼ଖଣ୍ଡରୁ ସ୍ୱାଧୀନ ସଦସ୍ୟ ଥିବା ପରିମଲ ନଥୱାନୀ ଏଥର ରାଜ୍ୟସଭାକୁ ପୁନଃନିର୍ବାଚିତ ହେବା ପାଇଁ ଓଡ଼ିଶାରୁ ସ୍ୱାଧୀନପ୍ରାର୍ଥୀ ହେବେ ବୋଲି ଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏପ୍ରିଲ ୧୦, ୨୦୧୪ରେ ଝାଡ଼ଖଣ୍ଡରୁ ରାଜ୍ୟସଭାର ସ୍ୱାଧୀନ ସଦସ୍ୟ ରୂପେ ନିର୍ବାଚିତ ହୋଇଥିବା ପରିମଲ ନଥୱାନୀଙ୍କ କାର୍ଯ୍ୟକାଳ ଏପ୍ରିଲ ୯, ୨୦୨୦ ରେ ଶେଷ ହେବ । ଏଥର ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବୁ ସୋରେନ ରାଜ୍ୟସଭାକୁ ଝାଡ଼ଖଣ୍ଡ କୋଟାରୁ ନିର୍ବାଚିତ ହେବାର ସମ୍ଭାବନା ଥିବାରୁ ପରିମଲ ନଥୱାନୀ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ବିହାର ଓ ଆସାମରୁ ପ୍ରାର୍ଥୀ ହେବା ନେଇ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି । ହେଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡି ପରିମଲ ନଥୱାନୀଙ୍କୁ ଆନ୍ଧ୍ରପ୍ରଦେଶରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ମନୋନୀତ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇଥିବା ଜଣାପଡ଼ିଛି । ସୂତ୍ର ଅନୁସାରେ ଶନିବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସହ ପରିମଲ ନଥୱାନୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରି ୱାଇଏସ ଜଗମୋହନ ରେଡ୍ଡିଙ୍କର ତାଡ଼େପଲ୍ଲୀ ସ୍ଥିତ କ୍ୟାମ୍ପ ଅଫିସରେ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଅବସରରେ ମୁକେଶ ଅମ୍ବାନୀ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଉଦ୍ୟୋଗ ପତି ପରିମଲ ନଥୱାନୀଙ୍କୁ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ରୂପେ ମନୋନୀତ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଅନ୍ୟ କୌଣସି ରାଜ୍ୟରୁ ନେତାମାନଙ୍କୁ ଆନ୍ଧ୍ରପ୍ରଦେଶରୁ ରାଜ୍ୟ ସଭା ପ୍ରାର୍ଥୀ ପାଇଁ ମନୋନୀତ କରାଯିବା ପରମ୍ପରା ନଥିବା ଜଗମୋହନ ମୁକେଶ ଅମ୍ବାନୀଙ୍କୁ କହିଥିବା ସୂତ୍ରରୁ ଜଣାପଡ଼ିଛି । ଦିଲ୍ଲୀରେ ପରିମଲ ନଥୱାନୀ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ କିଛି ସାମ୍ବାଦିକ ମାନଙ୍କ ସହିତ ଅଣଔପଚାରିକ କଥାବାର୍ତ୍ତାରେ ଜଗତ ମୋହନ ରେଡ୍ଡିଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଥିବା ସମ୍ପର୍କରେ ସ୍ପଷ୍ଟ କରିଥିଲେ । ତାଙ୍କ ଦ୍ୱାରା ଓଡ଼ିଶା, ବିହାର ଓ ଆସାମରୁ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ବିଚାର ବିମର୍ଷ କରାଯିବ ବୋଲି ସେ ଇଙ୍ଗିତ କରିଥିଲେ । ଖୁବଶୀଘ୍ର ଏ ସମ୍ପର୍କରେ ସେ ସମ୍ପୃକ୍ତ ରାଜ୍ୟର ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବେ ବୋଲି ସଙ୍କେତ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୦୮ ରେ ପ୍ରଥମଥର ପାଈଁ ରାଜ୍ୟସଭାକୁ ଝାଡ଼ଖଣ୍ଡରୁ ପରିମଲ ନଥୱାନୀ ନିର୍ବାଚିତ ହୋଇଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କର୍ପୋରେଟ ବ୍ୟାପାରର ସେ ହେଉଛନ୍ତି ଗ୍ରୁପ ପ୍ରେସିଡେଣ୍ଟ ।