ଏନଆଇଏ କୁ ବଡ଼ ସଫଳତା, ପୁଲୱାମା ଆକ୍ରମଣ ସହ ଜଡ଼ିତ ବାପ-ଝିଅ ଗିରଫ ।

ଏନଆଇଏ କୁ ବଡ଼ ସଫଳତା, ପୁଲୱାମା ଆକ୍ରମଣ ସହ ଜଡ଼ିତ ବାପ-ଝିଅ ଗିରଫ ।

ଏନଆଇଏ କୁ ବଡ଼ ସଫଳତା, ପୁଲୱାମା ଆକ୍ରମଣ ସହ ଜଡ଼ିତ ବାପ-ଝିଅ ଗିରଫ ।
ନୂଆଦିଲ୍ଲୀ: ଗତବର୍ଷ ଜମ୍ମୁ କାଶ୍ମୀରର ପୁଲୱାମାଠାରେ ଘଟିଥିବା ଆତ୍ମଘାତୀ ଆତଙ୍କୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କୁ ବଡ଼ ସଫଳତା ମିଳିଛି । ଆକ୍ରମଣକାରୀ ଆଦିଲ ମହମ୍ମଦ ଦାରକୁ ଆକ୍ରମଣ ନିମନ୍ତେ ସହଯୋଗ କରିଥିବା ଜଣେ ଝିଅ ଏବଂ ତାର ବାପାକୁ ଗିରଫ କରାଯାଇଛି । ଆକ୍ରମଣ ପରେ ଜୈସ ଏ ମହମ୍ମଦ ଆତଙ୍କୀ ସଂଗଠନ ଆକ୍ରମଣ ନିମନ୍ତେ ନିଜକୁ ଦାୟୀ କରି ଆଦିଲର ଏକ ଭିଡିଓ ଜାରି କରିଥିଲା । ଗିରଫ ହୋଇଥିବା ତାରିକ ଅହମ୍ମଦଙ୍କ ଘରେ ହିଁ ଏହି ଭିଡିଓଟି ସୁଟ କରାଯାଇଥିଲା । ତାରିକଙ୍କ ଝିଅ ଇନସା ମଧ୍ୟ ଆତଙ୍କୀମାନଙ୍କୁ ସହଯୋଗ କରୁଥିଲେ । ଦକ୍ଷିଣ କାଶ୍ମୀରର ହଦକିପୋରାରେ ଥିବା ତାଙ୍କ ଘରେ ଆଦିଲ ସମେତ ଅନେକ ଆତଙ୍କବାଦୀଙ୍କୁ ତାରିକ ସ୍ଥାନ ଦେଇଥିବା ଜେରା ସମୟରେ ପ୍ରକାଶ କରିଛନ୍ତି । ପାକିସ୍ତାନୀ ଆଇଡି ପ୍ରସ୍ତୁତକାରୀ ତଥା ଜୈସ ଆତଙ୍କୀ ମହମ୍ମଦ ଉମର ଫାରୁକ, କାମରନ ପ୍ରମୁଖ ମଧ୍ୟ ତାଙ୍କ ଘରେ ରହି ବିଭିନ୍ନ ଆତଙ୍କୀ ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି । ତାରିକ ପେଶାରେ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ଯବାନମାନେ ଜମ୍ମୁକାଶ୍ମୀର ରାସ୍ତା ସମ୍ପର୍କରେ ସେ ବେଶ ଅବଗତ ଥିଲେ । ଏଣୁ ଆତଙ୍କୀ ଆକ୍ରମଣ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିଲେ । ଏହା ପୂର୍ବରୁ ଏନଆଇଏ ଟିମ ଗତ ଫେବ୍ରୁଆରୀ ୨୮ ରେ ଶକିର ବସିର ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଶାକିର ହିଁ ଏହି ବାପ ଝିଅଙ୍କ ସମ୍ପର୍କରେ ଖୁଲାସା କରିଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଫେବ୍ରୁଆରୀ ୧୪ରେ ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ନିମନ୍ତେ ନିଜକୁ ଦାୟୀ କରିଥିଲା ।