ଶସ୍ତା ହେଲା ଘରୋଇ ରୋଷେଇ ଗ୍ୟାସ

ଶସ୍ତା ହେଲା ଘରୋଇ ରୋଷେଇ ଗ୍ୟାସ

ଶସ୍ତା ହେଲା ଘରୋଇ ରୋଷେଇ ଗ୍ୟାସ
ନୂଆଦିଲ୍ଲୀ: ସବସିଡି ବିହୀନ ଘରୋଇ ରୋଷେଇ ଗ୍ୟାସ ବା ଏଲପିଜି ସିଲିଣ୍ଡରର ଦାମ ୬୨ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଘରୋଇ ବ୍ୟବହାର ପାଇଁ ଏହି ସିଲିଣ୍ଡର ୫୯୧ ଟଙ୍କାରେ ଉପଲବ୍ଧ ହେବ । ବର୍ତ୍ତମାନ ସୁଧା ଏହା ୬୫୩ ଟଙ୍କାରେ ମିଳୁଥିଲା । ତୈଳ କମ୍ପାନୀଙ୍କ ସୂଚନାନୁସାରେ, ବ୍ୟବସାୟିକ ସିଲିଣ୍ଡରର ଦାମ ମଧ୍ୟ ୧୨୬ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ଏହି ସିଲିଣ୍ଡର ୧୧୫୧.୫୦ ଟଙ୍କା ବଦଳରେ ୧୦୨୫.୫୦ ଟଙ୍କାରେ ମିଳିବ । ପ୍ରଥମେ ସବସିଡିରେ ମିଳୁଥିବା ଘରୋଇ ସିଲିଣ୍ଡରର ଦାମ ୧୦୦.୫୦ ଟଙ୍କା ହ୍ରାସ କରାଯାଇଥିଲା । ଜୁଲାଇ ୧ରୁ ନୂଆଦିଲ୍ଲୀରେ ଘରୋଇ ବ୍ୟବହାର ପାଇଁ ସିଲିଣ୍ଡର ୬୩୭ ଟଙ୍କାରେ ଉପଲବ୍ଧ ହେଉଛି ।